କଂଗ୍ରେସ କମିଟି ତରଫରୁ କାକଟପୁର ଥାନା ଘେରାଉ

 କାକଟପୁର: କାକଟପୁର ମଙ୍ଗଳା କଲେଜ ର ଅଧକ୍ଷ ଙ୍କୁ ମାନସିକ ଚାପ ଓ ଧମକ ଦେଇ ବେଆଇନ ଭାବେ ନିଯୁକ୍ତି କରେଇବା ଘଟଣା କୁ ନେଇ, କାକଟପୁର କଂଗ୍ରେସ ଥାନା ଘେରାଉ କରିଛି । କଂଗ୍ରେସ ଦଳ ତରଫ ରୁ ଦୃଢ଼ ଭାବେ ତଦନ୍ତ  କରିବା ସହ ଅସ୍ତରଙ୍ଗ ବ୍ଲକ ଅଧକ୍ଷ ସ୍ୱାଧୀନ ନାୟକ ଙ୍କ ଗିରଫ ଦାବି ସହ କାକଟପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଯୁବ କ୍ରୀଡା ମନ୍ତ୍ରୀ ତୁସରକାନ୍ତି ବେହେରା ଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ ଦଳ ।

         ଉକ୍ତ ଘେରାଉ କାର୍ଯ୍ୟ କର୍ମ ରେ  ପୂର୍ବତନ ମନ୍ତ୍ରୀ ପଞ୍ଚାନନ  କାନୁନଗୋ , ସଭାନେତ୍ରୀ ପ୍ରତିମା ମଲ୍ଲିକ,ପିସିସି ମୁଖପାତ୍ର  ଜ୍ଞାନ ଭାଇ, ପିସିସି ମୁଖପାତ୍ର ନରେଶ ମହାନ୍ତି, ପୁରୀ ସଭାପତି ଅମୀୟ ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ବିଶ୍ୱ ଭୂଷଣ ଦାସ,  ପିସିସି  ମେଡିଆ  ସେଲ  ର  ସମ୍ପାଦକ   ସୁବାସ  ଚନ୍ଦ୍ର  ନାୟକ  , ବ୍ଲକ ର ପୂର୍ବତନ ଅଧକ୍ଷ   ବିପିନି ବିହାରୀ ମହାନ୍ତି , ଜିଲ୍ଲା କଂଗ୍ରେସ କମିଟି ଉପସଭାପତି  ଧନେଶ୍ୱର ପାଢ଼ୀ ଯୋଗ ଦେଇଥିଲେ | ଶିକ୍ଷାକୁ ନେଇ କାକଟପୁରରେ ଯେଉଁ ରାଜନୀତି  ଆରମ୍ଭ ହୋଇଛି , ଆଗାମୀ ଦିନରେ  ପରିସ୍ଥିତି କୁ ନେଇ  କିଭଳି ଅଧକ୍ଷ  କାଳିଚରଣ ପଟ୍ଟନାୟକ  ଙ୍କୁ ନ୍ୟାୟ ମିଳୁଛି  ଦେଖିବାକୁ ବାକି ରହିଲା I

କାକଟପୁର ରୁ ରାଜେନ୍ଦ୍ର ମହାନ୍ତି ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here