ଚୋରାରେ ଗୋ ଚାଲାଣ ବେଳେ ବଜରଙ୍ଗ ଦଳ ସଦସ୍ୟ ଧରିଲେ , ଗୋରୁ ବେପାରୀର ଜୀବନରେ ମାରିଦେବାକୁ ଧମକ , ଥାନାରେ ମାମଲା

ସୁନ୍ଦରଗଡ ଜିଲ୍ଲା ହେମଗିର ଦେଇ ସର୍ଗିପାଲି ଆଡକୁ ଗୋଟିଏ ଟାଟା ମ୍ୟାଜିକ ଭେନରେ ଚୋରାରେ ଗୋ ଚାଲାଣ ହେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ଗଣ ଉକ୍ତ ଗାଡି ସି ଜି ୧୩ ଡବ୍ଲୁ ୮୩୧୫ ନଂକୁ ଅଟକାଇବାକୁ ଚେଷ୍ଟା କଲାବେଳେ ଭେନ ଚାଳକ ସେମାନଙ୍କୁ ଚପେଇ ଦେବାର ପ୍ରୟାସ କରି ଆଗକୁ ବଡେଇ ଦ୍ରୁତ ଗତିରେ ଅନ୍ୟ ରାସ୍ତାଦେଇ ପଳାଉଥିବା ବେଳେ ଡୁଡକା ଗ୍ରାମବାସୀଙ୍କ ସହାୟତାରେ ଗାଡିକୁ ଅଟକାଇଥିଲେ । ଉକ୍ତ ଗାଡିରେ ମର୍ମନ୍ତୁଦ ଅବସ୍ତାରେ ୭ ଟି ଗୋରୁ ସମେତ ଗୋଟିଏ ଷଣ୍ଢ ମଧ୍ୟ ଥିଲା । ଗାଡିଟିକୁ ଅଟକାଇବା ସମୟରେ ହେଲପର ସୁଯୋଗ ଦେଖି ଦୌଡି ପଳାଇଥିଲା । ସଦସ୍ୟ ଗଣ ଚାଳକର ନାଁ , ଗାଁ ପଚାରିବାବେଳେ କୋଉଠୁ ଖବର ପାଇ ସର୍ଗିପାଲି ଗୋରୁ ବେପାରୀ ଗାଡି ଅଟକଥିବା ସ୍ଥାନକୁ ଆସି ଗାଳି ଗୁଲଜ କରିବା ସହ ମୋ ଗାଡିକୁ ଅଟକାଇଥିବା ଲୋକକୁ ଜୀବନରେ ମାରିଦେବି ବୋଲି କହି ଭେନ ଚାଳକକୁ ଘୋଷାଡି ନେଇ ଚାଲି ଯାଇଥିଲା । ଏ ବାବଦରେ ବଜରଙ୍ଗ ଦଳର ସଦସ୍ୟ ଜତିନ ଭୋଏ ହେମଗିର ଥାନାରେ ଲିଖିତ ଅଭିଯୋଗ କରିବା ସହ ଗାରୁ ମାନଙ୍କୁ ଉଦ୍ଧାର କରିଥିବା ପରିଲକ୍ଷିତ ହୋଇଛି । ତେବେ ଘଟଣା ହେଉଛି ଯେ ବଜରଙ୍ଗ ଦଳ ଯେତେ ପ୍ରୟାସ କଲେ ବି ପ୍ରଶାସନ ଯେ ପର୍ଯ୍ୟନ୍ତ ସଚେତନ ନ ହୋଇଛି ସେ ପର୍ଯ୍ୟନ୍ତ ଏହିଭଳି ଭାବେ ପ୍ରତ୍ୟହ ହଜାର ହଜାର ଗୋହତ୍ୟା ଚାଲିଥିବ ଏବଂ ସମସ୍ତେ ସବୁ ଜାଣି ଚୁପ ରହୁଥିବେ ବୋଲି ବଜରଙ୍ଗ ଦଳର ମଖ୍ୟ ମତବ୍ୟକ୍ତ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here