ପ୍ରେମି ଜୁଗଳଙ୍କ ଶବ ଉଦ୍ଧାର

ପାଖାପାଖି ଜୁଇରେ ଜଳିଲେ ପ୍ରେମୀ ଯୁଗଳ । ପରସ୍ପରର ହାତକୁ ବାନ୍ଧି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରେମୀ ଯୁଗଳଙ୍କ ଶେଷକୃତ୍ୟ କାଳିଆବୁଦା ଶ୍ମଶାନରେ ଶେଷ ହୋଇଛି । ପାଖାପାଖି ଦୁଇଟି ଜୁଇରେ ଉଭୟଙ୍କ ଶବକୁ ଦାହ କରାଯିବା ସମୟରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ସେଠାରେ ଜମା ହୋଇଯାଇଥିଲେ । ଶିଖରପୁର ଉପର ସାହିରେ ରହୁଥିବା ତୁଷାର ଜେନା ଓ ଅଙ୍କିତା ସିଂହ ଗଲା ୮ ତାରିଖରେ ଘରୁଲୁଚି କେଉଁଆଡେ ପଳାଇ ଯାଇଥିଲେ । ସେମାନେ ନିଜନିଜ ହାତକୁ ନିଜେବାନ୍ଧି କାଳିଆବୁଦା ନିକଟରେ ପୋଲ ଉପରୁ ଗଭୀର ମହାନଦୀ ଜଳକୁ ଡେଇଁପଡିଥିବା ସାଧାରଣରେ ସନ୍ଦେହ କରାଯାଉଛି । କେହିକେହି ଏହା ଏକ ସୁପରିକଳ୍ପିତ ହାତ୍ୟାକାଣ୍ଡ ବୋଲି ମଧ୍ୟ ସନ୍ଦେହ କରୁଥିବା କଟକ ଏବଂ କେନ୍ଦ୍ରାପଡାର ବହୁ ଅଞ୍ଚଳରେ ଆଲୋଚନା ହେଉଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଥାନା ଅନ୍ତର୍ଗତ ପଳାସପୁର ନିକଟରେ ଲୁଣାନଦୀରୁ ମାର୍ଶାଘାଇ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା ଏହି ପ୍ରେମି ଯୁଗଳଙ୍କ ଗଳିତଶବ । ଖବର ନେବାରୁ ଜଣାପଡିଛି ଯେ-ତୁଷାର ଗ୍ରାଜୁଏସନ ପାସ କରିବାପରେ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିବା ବେଳେ,ଅଙ୍କିତା ଶିଖରପୁରସ୍ଥିତ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ ।

ରିପୋର୍ଟ -ପ୍ରଫୁଲ୍ଲ କୁମାର ଦାସ,ଓଡିଶା1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here