କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଏକା ସାଙ୍ଗେ ୫ଟି ଶବ ବ୍ୟବଚ୍ଛେଦ ।

ଆଜି କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ବାହାରେଥିବା ଶବ ବ୍ୟବଚ୍ଛେଦ ଗୃହ ମଧ୍ୟରେ ଏକାବେଳେକେ ୫ଟି ଶବ ଡାକ୍ତର ବୀଜୟ କୁମାର ଦାସଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ କରାଯାଇଥିବା ଖବର ନେବାରୁ ଜଣାପଡିଛି । ଏହି ଶବ ବ୍ୟବଚ୍ଛେଦ ସମୟରେ ହସପିଟାଲ୍ ପରିସରଠାରୁ ଆରମ୍ଭକରି ଶବ ବ୍ୟବଚ୍ଛେଦ ଗୃହ ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କୁ ମିଶାଇ ଜିଲ୍ଲାର ବହୁ ଅଞ୍ଚଳରୁ ଆସିଥିବା ହଜାର ହଜାର ଜନ ସମାଗମ ସାଂଗକୁ କୋଳାହଳ ଓ କାନ୍ଦ ବୋବାଳୀ ସହିତ ଏକ ରକମ ଶୋକାକୂଳ ପରିବେଶ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦା ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ କହିବା ମୁତାବକ ଯେ-ଗତକାଲି କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ମିରପାଟ୍ଟଣା ଗ୍ରାମର ପରିକ୍ଷୀତ ଦାସଙ୍କ ପୁଅ ସତ୍ୟଜିତ୍ ଦାସ (୧୭)ବର୍ଷ । ତାଙ୍କ ଜେଜଙ୍କ ଶୁଦ୍ଧିକ୍ରିୟାକୁ ନୂଆ ବସଷ୍ଟାଣ୍ଡ  ପଛପଟ ଗୋବରୀ ନଦୀ ପଠାକୁ ଯାଇ ନଦୀରେ ଗାଧଉଥିବା ବେଳେ ପାଣିରେ ଗୋଡ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ଭାଷିଯାଇ ମୃର୍ତ୍ୟୁ ବରଣ କରିଥିବା ବେଳେ ଗତକାଲି ବିଳମ୍ବିତ ରାତି ଯାକେ ଅଗ୍ନୀଶମ ବାହିନୀ ଖୋଜାଖୋଜି କରିବା ପରେ ସତ୍ୟଜିତର କୌଣସି ପତା ମିଳିନଥିଲା । ଶେଷରେ ଅଗ୍ନିଶମ ବାହିନୀକୁ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା । ଆଜି ସତ୍ୟଜିତଙ୍କର ଶବ ଗରାପୁର ଆଳିଜଂଗା ଗ୍ରାମ ନିକଟରେ ସକାଳ ୭ଘଟିକା ସମୟରେ ଗୋବରୀ ନଦୀ ପାଣିରେ ଭାଷୁଥିବା ଦେଖି ପ୍ରଥମେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ସଦର ପୋଲିସ୍ ଘଟ୍ଟଣା ସ୍ଥଳରେ ପହଞ୍ଚି ପରିବାର ଶଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ସହଯୋଗ କ୍ରମେ ସତ୍ୟଜିତର ଶବକୁ କୌଣସି ପ୍ରକାରେ ପାଣିରୁ ଛାଣି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତରଣ କରିବା ପରେ କଜଳା ଶ୍ମସାନ ବା ସ୍ଵର୍ଗଦ୍ଵାର ଠାରେ ଶବ ସଂସ୍କାର ବା ଶବଦାହ କରାଯାଇଥିଲା ।

 ସେହିପରି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାର ଆୟବା ପଛ ଛକ ନିକଟରେ ଦୁଇଟି ବାଇକ୍ ମୁହାଁ ମୁହିଁ ଧକା ହେବାଫଳରେ ଘଟଣା ସ୍ଥଳରେ ବରହ୍ମପୁର ଗ୍ରାମର ଜଙ୍କର ପ୍ରଧାନ ବା ଡାକନ୍ତି (ଜଟିଆ)ଙ୍କର ଘଟ୍ଟଣା ସ୍ଥଳରେ ମୃର୍ତ୍ୟୁ ହୋଇଯାଇଥିବା ବେଳେ ସେହି ଗ୍ରାମର ଅନଜଣେ ଗୁରୁତ୍ୱର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବାଲିଗୋଠ ଗ୍ରାମର ଅନ୍ୟ ୨ଜଣ ସୁସ୍ଥଥିବା ଜଣାପଡିଛି । ଏପଟେ ଜଟିଆର ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂଚନା ପ୍ରଦାନ କରିଛି ।

 ସେହିପରି ସଦରଥାନା ଅନ୍ତର୍ଗତ ଛାଞ୍ଚୁଣିଆଁ ଗ୍ରାମର ମଧୁସୂଦନ ସେଠୀଙ୍କ ପୁଅ ଉମେଶ କୁମାର ସେଠୀ(୨୮)ବର୍ଷ ନାମକ ଏକ ଅବିବାହିତା ଯୁବକ ଯେକି ସ୍ଥାନୀୟ ଅଞ୍ଚଳରେ ଗାଡି ଚାଳକଭାବେ ପରିଚିତଥିଲେ । ସେ କୌଣସି ପାରିବାରିକ କଳହ ବା ଗଣ୍ଡଗୋଳ ବସତଃ ରାଗରେ ନିଜ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିବା ପରେ ସଦର ପୋଲିସ୍ ଘଟ୍ଟଣା ସ୍ଥଳରେ ପହଞ୍ଚି ଶବ ଜବତ୍ କରିବା ସହିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

ସେହିପରି ତିନିମୁହାଣି ଉଦୟନଗର ଗ୍ରାମର ସୁକଦେବ ସାହୁଙ୍କ ପୁଅ ନୀରଞନ ସାହୁ(୪୫)ବର୍ଷ ତାଙ୍କ ଘରେ ରାତିରେ ଶୋଇଥିବା ବେଳେ ଏକ ଗୋଖର ସାପ ତାଙ୍କ ଗୋଡରେ କାମୁଡି ଦେବା ଫଳରେ ନୀରଞନକୁ ହସପିଟାଲ୍ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହସପିଟାଲରେ ପହଞ୍ଚିବା ପରେ ବିଭାଗୀୟ ଡାକ୍ତର ତାଙ୍କୁ ମୃର୍ତ ଘୋଷଣା କରିଥିଲେ । ମେଡିକାଲରେ ସଦର ପୋଲିସ୍ ପହଞ୍ଚି ଶବ ଜବତ୍ କରି ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସଦର ଆଇ. ଆଇ. ସି. ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି ଯେ-ଉପର ୪ଟି ଯାଙ୍କ ମୃର୍ତ ବା ବ୍ୟବଚ୍ଛେଦ କରାଯାଇଥିବା ବ୍ୟକ୍ତି ସବୁ ସଦର ଥାନା ଅଞ୍ଚଳର ଅଟନ୍ତି । ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର ଲୋକଙ୍କୁ ୪ଟି ମୃର୍ତଦେହ ଶବଦାହ ନିମନ୍ତେ ହସ୍ତାନ୍ତରଣ କରାଯାଇ ତଦନ୍ତ ଜାରୀ ରହିଥିବା ସୂଚନା ପ୍ରଦାନ କରିଛନ୍ତି । ସେହିପରି ମହାକାଳପଡା ବ୍ଲକ୍ ଅନ୍ତର୍ଗତ ରତନପୁର ଗ୍ରାମର ପ୍ରାଣକୃଷ୍ଣ ସେଠୀଙ୍କ ପୁଅ ବୀରବର ସେଠୀ ନାମକ(୩୦) ବର୍ଷିୟ ଯୁବ ପାରିବାରିକ କଳିଝଗଡା ଓ ଗଣ୍ଡଗୋଳ ଲାଗିବାରୁ ରାଗରେ ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ତନ୍ତିଆପାଳ ମେରାଇନ୍ ଥାନା ପୋଲିସ ତୁରନ୍ତ ପହଞ୍ଚି ଶବଟିକୁ ଜବତ୍ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଶବ ବ୍ୟବଚ୍ଛେଦ କରି ଶବ ଦାହ ନିମନ୍ତେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାପରେ ତଦନ୍ତ ଜାରୀ ରଖିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here