ତିର୍ତ୍ତୋଲ ଉପନିର୍ବାଚ ପାଇଁ ବିଜେଡିର ସଂଗଠନର ପ୍ରସ୍ତୁତି ବୈଠକ I

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ବିଧାୟକ ଵିଷ୍ଣୁ ଦାସ ଙ୍କ ବିୟୋଗ ପରେ ଆଗକୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଧାୟକ ପଦ ପାଇଁ ଉପନିର୍ବାଚନ ହେବାକୁ ବିଗୁଲ ବାଜିଥିବାବେଳେ ସମସ୍ତ ଦଳ ସଜବାଜ ହୋଇପଡିଲେଣି । ସେହିପରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ  ୧୧ ତାରିଖ ଶୁକ୍ରବାର ଦିନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ବ୍ଲକ ର ଧ୍ୟାନକୁଦ ଠାରେ ସାଙ୍ଗଠାନିକ  ବୈଠକ ଅନୁଷ୍ଠିତ ହୋଇଥିଲା ସେହିପରି ରଘୁନାଥପୁର ବ୍ଲକ ନିକଟସ୍ଥ  ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୌତମ ପାଲିତ,  ବଗିଚାରେ ଅନୁଷ୍ଠିତ ହୋଇଥିଲା  ଏଥିରେ ସୂଚନା ଲୋକସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ,ସଭାପତିତ୍ବରେ  ବିଧାୟକ ଵିଷ୍ଣୁ ଦାସ ଙ୍କ ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା କରିଥିଲେ ।  ଉପନିର୍ବାଚନ ରେ ବିପୁଳ ପରିମାଣରେ ବିଜେଡି ଦଳର ବାଜିମାତ୍ ହେବ ସୂଚନା ଦେଇଥିଲେ । ରାଜ୍ୟ ଯୋଜନାବୋଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଯୋଗଦେଇ ସମସ୍ତ କର୍ମୀମାନଙ୍କୁ ଏକତ୍ର କରିବା ସହିତ ଦଳ ପାଇଁ କାମ କରିବେ ବେ।ଲି ଆହ୍ବାନ  ଦେଇଥିଲେ ।  କାମ କରିବାକୁ କର୍ମୀ ମାନଙ୍କୁ କହିବାସହ ସରକାର ନିୟମ ଅନୁସାରେ 60 ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଘରେ ରହି ଭୋଟ ଦେବାର ବ୍ୟବସ୍ଥା ସମ୍ପର୍କରେ କହିଥିଲେ । ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ କହିଥିଲେ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଏଠାକାର ଲୋକେ ଯେଉଁଭଳି ଭଲପାଇବା ଅଛି ନିର୍ବାଚନ ସମ୍ପୂର୍ଣ୍ଣ  ସମ୍ଭାଳିନେବେ ଏବଂ ଅବୁଝା କର୍ମୀଙ୍କୁ ଏକଜୁଟ କରିବାରେ ସିଧାହସ୍ତ ହେଉଛନ୍ତି ମନ୍ତ୍ରୀ ଜେନା । ସାଂସଦ ଡାକ୍ତର ରାଜଶ୍ରୀ ଯୋଗଦେଇଥିବାବେଳେ ଶେଷରେ ଆଇନ ,ଗ୍ରାମ୍ୟଉନୟନ ଓ ପଞ୍ଚୟତ ରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ମୋରବିଶ୍ୱାସ ବିଜେଡ଼ି କର୍ମୀ ମାନେ ଏକ ମନରେ ଉପନିର୍ବାଚନ କୁ  ବହୁ ମୂଲ୍ୟ ରେ ବାଜିମାତ୍ ବିଜେଡି କରିବ ବେ।ଲି  । ଭେ।ଟର ମାନଙ୍କ  ଉପରେ ମୋର ଭରଷା ଅଛି । ସେଥିପାଇଁ ତୀର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କୁ ବିଶେଷ କରି ରଘୁନାଥପୁର ବ୍ଲକ କୁ ମୋ ପ୍ରଥମେ ମୋର ଭାବେ । ବୈଠକରେ ସରପଞ୍ଚ ,ସମିତିସଭ୍ୟ, ଆଗୁଆ କର୍ମୀ  ଓ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ,  ବିଜେଡି ଦଳର  ଶତାଧିକ କର୍ମୀ ମାନେ ଯୋଗଦେଇଥିଲେ ।

ଜଗତସିଂହପୁର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ  ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here