ସ୍ୱାଧୀନତାର ୭୪ ବର୍ଷପରେ ମଧ୍ୟ ଗାଁକୁ ନାହିଁ ରାସ୍ତା କି ବିଜୁଳି ଆଲୁଅ ।

କେନ୍ଦ୍ରାପଡା: ଦେଖନ୍ତୁ ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଏବଂ କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଚନ୍ଦନପୁର ଗ୍ରାମର ଦଳିତ ବା ଜେନା ସାହିର ନଗ୍ନ ଚିତ୍ର । କେନ୍ଦ୍ରାପଡା ସହରଠାରୁ ବା ଜିଲ୍ଲା ମୂଖ୍ୟାଳୟଠାରୁ ମାତ୍ର ୭କିଲୋ ମିଟର ଦୂରରେ ଅବସ୍ଥିତ ଏହି ଛୋଟ ଗାଁ ବା ସାହିଟି । ଏଠି ଆଜ୍ଞା ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଏବଂ ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଦଳିତ ସାହିକୁ ନାଅଛି ରାସ୍ତା ନାଅଛି ବିଜୁଳି ଆଲୁଅ । ଚାରିକଡ ଖାଲି ବଣ, ଜଂଗଲ ଆଉ ଧାନବିଲ । ଯୁଆଡେ ଚାହିଁଲେ ଖାଲି ଖାଁ ଖାଁ, ଆଉ ଭାଆଁ ଭାଆଁ ସହିତ ଆଖିକୁ ବଣୁଆଁ ବା ଘଞ୍ଚ ଜଙ୍ଗଲ ଦେଖାଯାଏ । ଏଠିକି ପ୍ରତି ୫ବର୍ଷରେ ଆଜ୍ଞା ବହୁ ନେତା,ମନ୍ତ୍ରୀ ଆସନ୍ତି ପ୍ରତିଶୃର୍ତି ପରେ ପ୍ରତିଶୃର୍ତି ଆଉ ଲମ୍ବା ଭାଷଣ ଦେଇ ଲୋକମାନଙ୍କ ଗୋଡ, ହାତ ତଳେ ପଡି ଭୋଟ ମାଗନ୍ତି ଏବଂ ଲୋକ ମାନଙ୍କୁ ଭୂତାନ୍ତି । ଆଉ ଭୋଟ୍ ମିଳିଗଲା ପରେ କାଶିଆ କିଏ ନା କପିଳା କିଏ ଭଳି ପରିସ୍ଥିତିର ମୁକାବିଲା କରିବାକୁ ପଡେ ବିଚରା ଏହି ଗରିବ ଅସହାୟ ଏବଂ ଦଳିତ ବର୍ଗର ଲୋକମାନଙ୍କୁ । କହିବେ କାହାକୁ ଦୁଃଖ ବୁଝିବ କିଏ  ?  ସଂଞ ନଇଁ ଆସିଲେ, ଅନ୍ଧାର ହେଲେ ସାପ, ବେଂଗ ଭୟରେ ଘରେ ଘରେ ଟାଟି କବାଡ ପଡିଯାଏ । ଘରୁ ଡରଭୟରେ କେହି ବାହାରକୁ ବାହରନ୍ତି ନାହିଁ । ବିଜୁଳି ଆଲୁ ନଥିବାରୁ ସବୁଆଡ ଅନ୍ଧାର । ନା ଏମାନଙ୍କ ପାଖେ ଅଛି ଟିଭି, ନା ମୋବାଇଲ୍ ଫୋନ୍ । ଏପରିକି ବିଜୁଳି ଆଲୁ ନଥିବାରୁ ପିଲାମାନେ ପାଠ ମଧ୍ୟ ପଢିପାରନ୍ତି ନାହିଁ କି ମୋବାଇଲ୍ ଫୋନ୍ ଚାର୍ଜ କରିପାରନ୍ତି ନାହିଁ । ଲଣ୍ଠନ ଆଲୁଅରେ ବହୁକଷ୍ଟରେ ଛୋଟଛୋଟ ପିଲାମାନେ ପାଠ ଦିଅକ୍ଷର ପଢିବାକୁ ଏଠି ଚେଷ୍ଟା କରୁଛନ୍ତି ।

Report By Prafulla Kumar Das, Kendrapara Correspondent

ଦୀର୍ଘ ୨ଶହ ବର୍ଷଧରି ପ୍ରାୟ ୩ ରୁ ୪ ପୀଢିଧରି ଏଠାରେ ୭ ରୁ ୮ ଘର ବା ପରିବାର ଏବଂ ୬୦ରୁ ଅଧିକ ଲୋକ ଜୀବନ ବିକଳେ ଭଗବାନଙ୍କୁ ଡିକି କର୍ମକୁ ଆଦରି ଏଭଳି ଯାଗାରେ କାହିଁ କେଉଁ ଆବାହନ କାଳରୁ ଏଠି ବସବାସ କରି ଆସୁଛନ୍ତି । ଆଉ ସାହି ପଡିଶା ହୋଇ ମିଶି ଚଳି ଆସୁଛନ୍ତି । ହେଲେ ବିଚର ପ୍ରତିଦିନ ଜୀବନ ଆଉ ଜୀବିକା ସହିତ କସରତ୍ କରୁଥିବା ବା ସଂଗ୍ରାମ କରୁଥିବା ଏହି ଗରିବ ଅସହାୟ ଲୋକମାନଙ୍କୁ ଦେଖିଲେ ବହୁତ୍ କାହିଁ ଦୟାଲାଗେ ସିନା । ହେଲେ ସଭିଏଁ ଏଠି ନୀରବ ଦ୍ରଷ୍ଟା ବା ଚୁପ୍ । ସରପଞ୍ଚଙ୍କଠାରୁ ଆରମ୍ଭ କରି ଆରାଇ, ତହସିଲଦାର, ବିଡିଓ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ମାସ ,ମାସ ଏବଂ ବର୍ଷ ବର୍ଷ ଧରି ଦୌଡି ଦୌଡି ନୟାନ୍ତ ହେବାପରେ ମଧ୍ୟ ଏପର୍ଯ୍ୟନ୍ତ ନା ହୋଇପାରୁଛି ଜେନା ସାହିକୁ ରାସ୍ତାଟିଏ । ନା ପହଞ୍ଚି ପାରୁଛି ବିଦ୍ୟୁତ୍ ତାର । ଏପରିକି ଏମାନଙ୍କ ଦୁଃଖ ନକହିବା ବରଂ ବହୁତ ଭଲ । ନାଅଛି ଏଠି ପିଇବାକୁ ପାଣି । ନଳ କୂପଟିଏ ଥିଲା ସେ ଭାଂଗିଗଲା ପରେ ନିକଟସ୍ଥ ଜୋର ଏବଂ ପୋଖରୀ ରୁ ପାଣିଆଣି ପାନୀୟ ଜଳରୂପେ ବ୍ୟବହାର କରନ୍ତି, ଏହି ଲୋକମାନେ ।

ଏ ପର୍ଯ୍ୟନ୍ତ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ଚନ୍ଦନପୁର ର ଜେନା ସାହି । ସମସ୍ତେ ନିଜନିଜ କାର୍ଯ୍ୟରେ ବ୍ୟସ୍ତ । ଯଦି ଦୈବାତ୍ କାହାଘରେ କୌଣସି କାରଣ ବଶତଃ ଅଗ୍ନୀକାଣ୍ଡ ଘଟେ କିମ୍ବା ଇମରଜେନସି ରୋଗ କି ବୈରାଗ୍ ହୁଏ ବା ମାଡିବସେ ତେବେ ତ ତାହେଲେ ଜାଣ ଯେ-କଥା ସରିଲା । ନା ଜେନା ସାହିକି ପହଞ୍ଚି ପାରିବ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଗାଡି । ଖାଲି ଯା-ଜେନା ସାହି ଲୋକମାନଙ୍କୁ ଅରକ୍ଷୀତକୁ ଦଇବ ସାହା ଭଳି ଏବଂ ଧର୍ମକୁ ଆଖିଠାର ମାରିବାଭଳି ହିଁ – ହଁ ନାହିଁରେ କଥା ସାରି ଦେଉଛନ୍ତି ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ । କଥାରେ ଅଛି ଗୁହାରି କରିବ ଯାହାକୁ ସେହି ——କରି ମରିବ ତାହାକୁ ଭଳି କଥା ଏଠି ଆଜ୍ଞା ଚାଲିଛି । କେହି କାହାକୁ ବୁଝିବାକୁ ନାରାଜ ଏଠି ଆଜ୍ଞା । ନା ଗାଁ ବାଲା ନା ଜିଲ୍ଲା ପ୍ରଶାସନ । ସମସ୍ତେ ସବୁକିଛି ସୋଚକ୍ଷୁରେ ଦେଖୁଥିଲେ ମଧ୍ୟ କେହି କିଛି ନଜାଣିଲା ପରି ଚନ୍ଦନପୁର ବାସିନ୍ଦା ମାନେ ରହୁନ୍ତି।

କେହିକେବି ବି କୌଣସି ପରିସ୍ଥିତିରେ ମଧ୍ୟ ଏହି ଦଳିତ ସାହିର ଲୋକମାନଙ୍କୁ ସାହାଯ୍ୟର ହାତ ବଢାନ୍ତି ନାହିଁ । ସମସ୍ତେ ନିଜ ନିଜ ମତଲବରେ ମସଗୁଲ୍ ଆଉ ଖୁସ୍ ରୁହନ୍ତି । ଖାଲି କଥାରେ କିନ୍ତୁ କାର୍ଯ୍ୟରେ ନୁହେଁ । ସମସ୍ତେ ଏଠି ଆଜ୍ଞା କଥା ବୀର କିନ୍ତୁ କର୍ମବୀର ନୁହନ୍ତି । ଏପରି ଅବସ୍ଥାରେ ଜେନା ସାହିର ବାସିନ୍ଦା ମାନେ ରହୁଥିବା ଖବର ପାଇ ନିଉଜ୍ ସଂଗ୍ରହ କରିବା ଆଶାରେ ଆମେ ପହଞ୍ଚିଥିଲୁ ଯାଇଁ ଉକ୍ତ ଦଳିତ ସାହିରେ ।  ହେଲେ ଆମେ ଯାହା ସେଠି ଦେଖିଲୁ ତା ଆଖିରେ ଆପଣ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଏପରିକି ଆମକୁ ପ୍ରାୟ ଅଧାକିଲୋ ମିଟର ଦୁଇକଡରେ ଖାଲି ଧାନବଣ ଆଉ ମିଝିରେ ଗୋଟେ ହିଡରେ ଆମେ ପାଦରେ ଚାଲିଚାଲି ବହୁ କଷ୍ଟରେ ପହଞ୍ଚିଥିଲୁ ଜେନା ସାହିରେ । ଆଉ ସେହି ଅପନ୍ତରା ସାହି ବିଷୟରେ ଆମେ ଫେରିବା ପରେ  ଭେଟିଥିଲୁ କେନ୍ଦ୍ରାପଡାର ଲୋକପ୍ରିୟ ଜିଲ୍ଳାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ଏବଂ ଚନ୍ଦନପୁରର ଜେନା ସାହି ବିଷୟରେ ସବୁକିଛି କହିବା ପରେ ଶ୍ରୀଯୁକ୍ତ ସର୍ମାଙ୍କୁ କିଛି ପ୍ରଶ୍ନ ପଚାରିଥିଲୁ ମାନ୍ୟବର ଜିଲ୍ଲାପାଳ ମହୋଦ୍ୱୟଙ୍କୁ । ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କଠାରୁ ସବୁକିଛି ଶୁଣିବା ଆଉ କିଛି ଭିଜୁଆଲ୍ ଦେଖିବା ପରେ ଆମ ପ୍ରଶ୍ନର ଉତ୍ତର ଦେଇ କହିଥିଲେ । ଯେ-ତୁରନ୍ତ ବିଡିଓଙ୍କୁ କହି ଉକ୍ତ ସ୍ଥାନକୁ ରାସ୍ତାଟିଏ କରାଇ ଦେବାର ଖୁବ୍ ସିଘ୍ର ବନ୍ଦୋବସ୍ଥ କରାଯାଉଛି ଏବଂ ସିଘ୍ର ମଧ୍ୟ ରାସ୍ତା ଆଉ ବିଦ୍ୟୁତ୍ ଖୁଣ୍ଟି ସେଠାରେ ପହଞ୍ଚିବ । ଆଉ ଜେନା ସାହିର ଲୋକ ମାନଙ୍କ ମୁହଁରେ ହସ ଫୁଟିବ ।  ଦେଖାଯାଉ ଜିଲ୍ଲାପାଳ କେତେଦୂର ଆମକୁ ଦେଇଥିବା ତାଙ୍କ ପ୍ରତିଶୃର୍ତି ରକ୍ଷା କରୁଛନ୍ତି । ତାହାଖାଲି ଯାହା ବାକିରହିଲା ଆଗାମୀ ଦିନରେ ଦେଖିବାକୁ । କେବେ ଆଉ କେମିତି, କେତେ ସିଘ୍ର ଦୂର ହେଉଛି ଜେନା ସାହିର ଦୁଃଖ, ଦୁର୍ଦ୍ଦଶା ଓ ସମସ୍ୟା ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here