କେନ୍ଦ୍ରାପଡା ସାଂସଦଙ୍କୁ ଦୁହୁରିଆ ଛକ ନିକଟରେ କଳାପତାକା ଧରି ବିରୋଧ କଲା ଜିଲ୍ଲା ବିଜେପି ।

କେନ୍ଦ୍ରାପଡା: କେନ୍ଦ୍ରାପଡା ଦୁହୁରିଆ ଛକ ନିକଟରେ ସାସଂଦ ଅନୁଭବ ମହାନ୍ତିଙ୍କୁ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହିତ ପାରିବାରିକ କଳହ ଏବଂ ବିଛେଦକୁ ନେଇ କଟକ ଏସଡିଜେଏମ୍ କୋର୍ଟରେ କରାଯାଇଥିବା ଭରଣପୋଷଣ ମାମଲା ନିମନ୍ତେ ୧୩କୋଟି ଏବଂ ଘରଭଡା ଓ ତାଙ୍କ ସ୍ୱାମୀ ଅନୁଭବଙ୍କ ସହିତ ମିଶି ଚଳଚିତ୍ରରେ କରିଥିବା କାର୍ଯ୍ୟପାଇଁ ଆଉ ୨କୋଟି ଟଙ୍କା । ସର୍ବ ମୋଟ୍ ୧୫କୋଟି ଟଙ୍କା ପ୍ରଦାନ କରିବା ନିମନ୍ତେ,ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ଏବଂ ମାନ୍ୟବର ସାଂସଦ ତାଙ୍କ କଟକସ୍ଥିତ ନିଜଘର ବେଡରୁମରେ ତାଙ୍କ ପତ୍ନୀ ବର୍ଷାଙ୍କ ଉପସ୍ଥିତରେ ସାଂଗମାନଙ୍କ ସହିତ ବସି ପ୍ରତିଦିନ ମଦ୍ୟପାନ କରି ଅଭିନେତ୍ରୀ ବର୍ଷାଙ୍କୁ ଗାଳିଗୁଲଜ କରିବା ସହିତ ବାଡିରେ ବାଡେଇବା ଓ ବହୁ ଚଳଚିତ୍ର ଅଭିନେତ୍ରୀ ମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ଏବଂ ବାରମ୍ବାର ସପରିବାର ମିଶି ବର୍ଷାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା । ସାସଂଦଙ୍କ ବିଭାଘର ଦିନଠାରୁ ପ୍ରାୟ ଦୀର୍ଘ ୬ବର୍ଷଧରି ତାଙ୍କ ପତ୍ନୀଙ୍କୁ କଷ୍ଟ ଓ ଯନ୍ତ୍ରଣା ଦେଇଆସୁଥିବା ଏବଂ ବର୍ଷା ଅନୁଭବଙ୍କୁ ବିବାହ କରିବା ବେଳେ ୨୦୧୪ ମସିହାରେ ତାଙ୍କ ବିଧବା ‘ମା’ ବାଟଖର୍ଚ୍ଚ ବା ଯୌତୁକ ବାବଦକୁ ଦେଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷ ପତ୍ର ଓ ଅଭିନେତ୍ରୀ ବିଦୁସ୍ମିତାଙ୍କୁ ଫିଲ୍ମ ସୁଟିଂଗ୍ ସେଟରେ ଶାରିରୀକ ସଂମ୍ପର୍କ ରଖିବାକୁ ଉଦ୍ୟମ କରି ବିଫଳ ହେବାପରେ ତାଙ୍କ ମୁହଁକୁ ଛିପ ପକାଇବା, ଜଣେ ମହିଳା ସାମ୍ବାଦିକାଙ୍କୁ ଦୃବ୍ୟବହାର କରିବା,କେନ୍ଦ୍ରାପଡାର ବଳଦେବ ଆର୍ଡମିଡିଆ ଫ୍ଲେକ୍ସ ବ୍ୟାନର ଦୋକାନୀର ପ୍ରାୟ ୨୨ଲକ୍ଷରୁ ଅଧିକ ଟଙ୍କା ଇଲେକ୍ସନ୍ ସମୟରେ ବ୍ୟାନର କରି ବାକି ରଖିବା,ଦୋକାନୀ ଟଙ୍କା ମାଗିବାରୁ ତାଙ୍କୁ ଗୁଣ୍ଡା ଲଗାଇ ହତ୍ୟା କରିବାକୁ ବାରମ୍ବାର ଧମକ ଦେବା ଏବଂ ଓଟିଭିର ମନୋଜ ସ୍ୱାଇଁ ନାମକ ଜିଲ୍ଲା ପ୍ରତିନିଧିଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଜନସାଧାରଣ ମାନଙ୍କ ଆଗରେ ତାଙ୍କ ହାତକୁ ଧରି ଟାଣିଆଣି ଦୃବ୍ୟବହାର କରି ଅପମାନିତ କରିବା ଭଳି ଅନେକ ସଂଗୀନ ସଂଗୀନ ମୂଳକ ଅଭିଯୋଗ ମାନକୁ ନେଇ ତଥା ତାଙ୍କ ପତ୍ନୀ ବର୍ଷାଙ୍କୁ ନ୍ୟାୟ ଦେବା ପାଇଁ ବିଶେଷ କରି ରାଜ୍ୟର ଆହୁରି ଅନେକ ନାରୀ ମାନଙ୍କ ପ୍ରତି କେନ୍ଦ୍ରାପଡାର ସାସଂଦ ଅନୁଭବ ମହାନ୍ତିଙ୍କ ଦିନକୁ ଦିନ ଯେଭଳି ଭାବରେ ଅନ୍ୟାୟ ଓ ଅନୀତି ଏବଂ ଅତ୍ୟାଚାର ବଢି ବଢି ଚାଲିଛି ତାହାର ପ୍ରତିବାଦରେ ଆଜି ଦୁହୁରିଆ ପୋଲ ନିକଟରେଥିବା ବିଜେପି ପାର୍ଟି ଅଫିସ୍ ସମ୍ମୁଖରେ କଟକ ଚାନ୍ଦବାଲି ମୂଖ୍ୟ ରାସ୍ତାକୁ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ,ପୂର୍ବତନ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ,ବିଜେପି ବିଧାୟକ ପାର୍ଥୀ ସୁନାକର ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ କାନନବାଳା ଦାସ, ଜୋନ୍ ସଭାପତି ଉମାକାନ୍ତ ନାୟକ,ନେହୁର ସାହୁ ପ୍ରମୁଖ ଉପସ୍ଥିତ ରହି ନିଆଁଜାଳି ରାସ୍ତା ଅବରୋଧ କରିବା ସଂଗେ ସଂଗେ କଳାପତାକା ଦେଖାଇ ସାସଂଦ ଅନୁଭବ ମହାନ୍ତିଙ୍କୁ ସହର ମଧ୍ୟକୁ ପ୍ରବେଶ ନକରାଇ ଦେବେ ଉଦ୍ଧେଶରେ ଅନୁଭବ କେନ୍ଦ୍ରାପଡା ଅଭିମୂଖେ ଆସୁଥିବା ଖବର ପାଇ ବିଜେପି କର୍ମୀମାନେ ଯିଦ୍ ଧରି ରାସ୍ତା ଉପରେ ବସିରହିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ସାସଂଦ ଅନୁଭବ ମହାନ୍ତି ତୁରନ୍ତ ତାଙ୍କ ପଦବିରୁ ଇସ୍ତଫା ଦାବିକୁ ନେଇ ସାଂସଦଙ୍କ ବିରୋଧି ବିଭିନ୍ନ ନାରାବାଜି ଓ ସ୍ଲୋଗାନ୍ ମାନ ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ କଣ କହୁଛନ୍ତି ଆମ କ୍ୟାମେରା ସମ୍ମୁଖରେ ଏବଂ ପ୍ରତିକ୍ରିୟା ରଖୁଛନ୍ତି ବିଜେପି ଜିଲ୍ଲା ସଭାପତିଙ୍କ ସହିତ ଅନ୍ୟାନ୍ୟ କର୍ମୀବୃନ୍ଦ ।——-କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here