ଖବର ସଂକ୍ଷେପ ରେ …… (NEWS IN BULLETS) : 9 AM

୧-ରାଜ୍ୟରେ କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ,କଟକ ଓ ଖୋର୍ଦ୍ଧାରେ ରଣନୀତି ସୁଦୃଢ଼ କରିବାକୁ ଦେଲେ ପରାମର୍ଶ।

୨-କରୋନା ସତ୍ତ୍ବେ ନିବେଶକଙ୍କ ପସନ୍ଦ ଓଡ଼ିଶା: ପୁଞ୍ଜି ନିବେଶ ୭୮୫% ବୃଦ୍ଧି।

୩-ଖୋଲିଲା ହୋଟେଲ ଓ ରେଷ୍ଟୁରାଣ୍ଟ,କାଁ ଭାଁ ଗ୍ରାହକ,ଷ୍ଟ୍ରିଟ୍ ଫୁଡ୍ ଷ୍ଟଲରେ ଭିଡ଼। ସାମାଜିକ ଦୂରତା ଓ ସାନିଟାଇଜ୍ କୁ ଫୋକସ୍।

୪-ଆସନ୍ତା ଶନିବାର ଦିନ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଚଳିତବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ।

୫-ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ ।ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

୬-ମୁହଁ ଖୋଲିଲେ ଆଦିତ୍ୟ ଦାସଙ୍କ ରହସ୍ୟମୟୀ ବାନ୍ଧବୀ,କହିଲେ କେବେବି ବ୍ଲାକମେଲ କରିନାହିଁ କି ଫୋନରେ ଧମକ ଦେଇନାହିଁ।

୭-ଭିଜିଲାନ୍ସ ହାତରେ ଧରାପଡିଲେ ରାଜକନିକା ଥାନା ଏଏସଆଇ, ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ।

୮-ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଜ ଆଣ୍ଡ ବଏଲର୍ସ ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା।

୯-ସେପ୍ଟେମ୍ବର ୩୦ ସୁଦ୍ଧା ବସିବ ବିଧାନସଭା ମୌସୁମୀ ଅଧିବେଶନ।

୧୦-ବ୍ୟାଙ୍କଗୁଡିକୁ ଅର୍ଥମନ୍ତ୍ରୀଙ୍କ ନିର୍ଦେଶ ୧୫ ସୁଦ୍ଧା ଋଣ ପୁନର୍ଗଠନ ଯୋଜନା କାର୍ଯ୍ୟକାରୀ କର।

୧୧-ଆସନ୍ତାକାଲି ଗୁରୁ ଦିବସ ଓ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‍ ଙ୍କ ଜନ୍ମଦିନ।ଏହି ପିବତ୍ର ଦିନ ଆମକୁ ମନେପକାଇ ଦେଇଥାଏ ଜୀବନରେ ଗୁରୁଙ୍କ ଅବଦାନ ଓ ମହତ୍ତ୍ୱ ବିଷୟ‌।

୧୨-ବିଜେପି ନେତା ରାଜା ସିଂହଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ ଅକାଉଣ୍ଟ ଉପରେ ଲାଗିଲା ପ୍ରତିବନ୍ଧକ।

୧୩-ନେପାଳ-ଭାରତ ସୀମା ଲିପୁଲେଖଠାରୁ ୧୨ କିଲୋମିଟର ଦୂରରେ ସୈନ୍ୟ ଘାଟି ନିର୍ମାଣ କରୁଛି ଚୀନ, ସେନା ସତର୍କ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here