ବନ୍ୟା ପ୍ରପୀଡ଼ିତ କେନ୍ଦ୍ରାପଡାର ଅର୍ଗଳ ଗ୍ରାମ ବାସିନ୍ଦା ଜଳବନ୍ଦୀ

କେନ୍ଦ୍ରାପଡା: ଏ ହେଉଛି ଆଳି ବ୍ଲକ୍ ଅନ୍ତର୍ଗତ ଅର୍ଗଳ ଗ୍ରାମ ପଞ୍ଚାୟତର ଅର୍ଗଳ ଗ୍ରାମର ବାସିନ୍ଦା ବା ବନ୍ୟା ପ୍ରପୀଡ଼ିତ ୫ନମ୍ବର ୱାର୍ଡ଼ ବନ୍ୟା ଜଳବନ୍ଦୀ ଭାବେ ଅସହାଇ ଜୀବନ ଓ ଜୀବିକା ସହିତ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଗରିବ,ଅସହାୟ ଓ ଦାରିଦ୍ର୍ଯ ସୀମାରେଖା ତଳେ ରହୁଥିବା ଲୋକମାନଙ୍କର କରୁଣ କାହାଣୀ ବା ଛବୀ । ଯାହା ଆପଣମାନେ ଆଖିରେ ନଦେଖିଲେ ବି ନିଜକୁ ବିଶ୍ୱାସ କରି ପାରିବେ ନାହିଁ । ବନ୍ୟା ଜଳରେ ଦୀର୍ଘ ୮ ରୁ ୧୦ ଦିନହେବ ବଞ୍ଚିବା ପାଇଁ ରହା ଖୋଜୁଥିବା ବେଳେ ନା ପହଞ୍ଚି ପାରିଛି ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ସରପଞ୍ଚ । ଏପରିକି ବନ୍ୟା ଜଳରେ ପ୍ରାୟ ୬୦ରୁ ଅଧିକ ଦଳିତ ବର୍ଗ ବା ହରିଜନ ଶ୍ରେଣୀର ଲୋକଙ୍କ ଘରଦ୍ୱାର ସବୁ କାନ୍ଥପଡି ଭାଂଗି ଯାଇଥିଲେ ମଧ୍ୟ ଲୋକମାନ ସିନା ଖୋଲା ଆକାଶ ତଳେ ଜଳବନ୍ଦୀ ଭାବେ ଜୀବନ ବିତାଉଛନ୍ତି । ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ଜରୀପାଲ ଖଣ୍ଡେ ମିଳି ପାରିଲାନି କି ଶୁଖିଲା ଖାଦ୍ୟ ହେଉକି ରନ୍ଧା ଖାଦ୍ୟ ହେଉ ଏପର୍ଯ୍ୟନ୍ତ ପହଞ୍ଚିଲାନି ।

ବହୁ ଦୁଃଖ କଷ୍ଟରେ ଅତିବାହିତ କରୁଛନ୍ତି ଅର୍ଗଳର ଦଳିତ ଏବଂ ହରିଜନ ସାହିର ଲୋକମାନେ । ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନିକ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ପ୍ରତିନିଧି ଦିଲ୍ଲୀପ୍ କୁମାର ଦାସଙ୍କ ଓ ପ୍ରଫୁଲ୍ଲ କୁମାର ଦାସ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here