କେନ୍ଦ୍ରାପଡା ପେଣ୍ଠପାଳ ଗ୍ରାମ ପଞ୍ଚାୟତ ପରିଦର୍ଶନରେ ଗଲେ କେନ୍ଦ୍ରାପଡା ବିଧାୟକ ।

କେନ୍ଦ୍ରାପଡା: ପେଣ୍ଠପାଳ ଗ୍ରାମ ପଞ୍ଚାୟତ ପରିଦର୍ଶନରେ ଗଲେ କେନ୍ଦ୍ରାପଡା ବିଧାୟକ ।ଆଜି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଣ୍ଡିସାହି ପେଣ୍ଠପାଳ ଗ୍ରାମ ପଞ୍ଚାୟତର ବନ୍ୟା ଅଞ୍ଚଳ କେନ୍ଦ୍ରାପଡା ବିଧାୟକ ପରିଦର୍ଶନ କରିବା ପରେ ସମସ୍ତ କ୍ଷୟକ୍ଷତି ଆକଳନ କରିବା ସହିତ ଜଳବନ୍ଦୀ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ରାସନ ସାମଗ୍ରୀ ଏବଂ ଜରୀପାଲ ପ୍ରଭୃର୍ତି କିଛି କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ବଣ୍ଟନ କରିଥିଲେ ।

ସେହିପରି ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ଏବଂ କେ.ୱାଇ. ଜେ. ଏ.ର ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ଦାସ, ରଞନ ସାହୁ, ପ୍ରଭାସିନୀ ପାତ୍ର,ଅଶୋକ କୁମାର ଦାସ,ରମେଶ ଠାଟୋଇ ପ୍ରମୁଖ ପେଣ୍ଠପାଳର ଜେନାସାହିରେ ପହଞ୍ଚି ବିସ୍କୁଟ୍ ମହମବତୀ ଚୂଡା, ଗୁଡ ପ୍ରଭୃର୍ତି ବଣ୍ଟନ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ହେଲେ ବନ୍ୟା ପ୍ଲାବିତ ଅଞ୍ଚଳରେ ଜଳବନ୍ଦୀ ଭାବେ ଅନ୍ଧାର ରାତିରେ ସାପ,ବେଂଗ ଓ ଅନ୍ୟାନ୍ୟ ବିଷାକ୍ତ ଯନ୍ତୁ ଯୁକ୍ତିକୁ ଭୂକ୍ଷେପ ନକରି ଯେଉଁଭଳି ଭାବରେ ଭୋକ ଉପାସରେ ଅତି ଦୟନୀୟ ଅବସ୍ଥାରେ ବନ୍ୟାପାଣି ପିଇ ଜୀବନ ଲୋକମାନେ ଜୀବନ ବଞ୍ଚାଉଛିନ୍ତି ତାହା ନିଶ୍ଚିନ୍ତ ରୂପେ ଅତି ହୃଦୟ ବିଦାରକ ଓ ଦୁଃଖ ଦାୟକ କଥା । ଜିଲ୍ଲା ପ୍ରଶାସନ ହେଉ କି ସ୍ଥାନୀୟ ସରପଞ୍ଚ ହୁଅନ୍ତୁ କି, ୱାର୍ଡ଼ ମେମ୍ବର ହେଉ ଏପର୍ଯ୍ୟନ୍ତ କେହି ଦଳିତ ବର୍ଗର ଲୋକମାନଙ୍କ ପାଖରେ ପହଞ୍ଚି ନଥିବା ଜଣାପଡିଛି । ସେପଟେ ସ୍ଥାନୀ ଗ୍ରାମବାସୀଙ୍କ ସହିତ ବୁଦ୍ଧିଜିବୀ ମାନେ ନିଜ ନିଜ ପ୍ରତିକ୍ରିୟାରେ ଜିଲ୍ଲା ପ୍ରଶାସନକୁ ନିବେଦନ କରି କହିଛନ୍ତି ଯେ-ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ରନ୍ଧା ଖାଦ୍ୟ ସହିତ ମେଡିସିନ୍, ପାନୀୟ ଜଳ ଏବଂ ଅନ୍ୟାନ୍ୟ ରାସନ ସାମଗ୍ରୀ ସହିତ ଗୋଖାଦ୍ୟ ପ୍ରଭୃର୍ତି ଏବଂ ପ୍ରତ୍ୟେକ ପରିବାର ପିଛା ଜରୀ ପାଲ ଖଣ୍ଡେ ଖଣ୍ଡେ ଯୋଗାଇ ଦେଲେ ହୁଏତ ଖୋଲା ଆକାଶ ତଳେ ଜୀବନ ଜୀବିକା ସହିତ ଜଳବନ୍ଦୀ ଭାବେ ସଂଘର୍ସ କରୁଥିବା ଲୋକେ ଟିକେ ଆସ୍ୱସ୍ଥି ଅନୁଭବ କରିପାରିବେ । ଆହୁରି ମଧ୍ୟ ସାଧାରଣ ଜନତା ମାନେ ସେମାନଙ୍କ ପ୍ରତି କ୍ରିୟାରେ ଏହି ବନ୍ୟା ଅନ୍ଚଳକୁ ମାନବର ଜିଲ୍ଲାପାଳ ବାରମ୍ବାର ଗ୍ରସ୍ଥରେ ଆସିବା ଏବଂ ତୁରନ୍ତ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ଗଣମାଧ୍ୟମ ଜରିଆରେ ଦାବି ଉପସ୍ଥାପନ କରିଥିବା ଜଣାପଡିଛି।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here