ପୁରୀ ରେ ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ଙ୍କ ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ସମୀକ୍ଷା I

ପୁରୀ: ଆଜି ତା ୨୯ .୮ .୨୦୨୦ ରିଖ ସକାଳ ୯.୩୦ ସମୟ ରେ ରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ପ୍ରଶାସନିକ ଅଧିକାରୀ,ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ଙ୍କ ସହ ବର୍ତ୍ତମାନ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ର ମୁକାବିଲା ସମ୍ପର୍କ ରେ ବିସ୍ତୃତ ସମୀକ୍ଷା କରିଥିଲେ I ଉକ୍ତ ବୈଠକ ରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ପ୍ରଦୀପ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ସୁବାସ ନାଥଶର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଜଳ ସମ୍ପଦ (ସେଣ୍ଟ୍ରାଲ ସର୍କଲ )ସୁପେରିଟେଂଡିଗ ଇଞ୍ଜିନିଅର ଚିନ୍ମୟ ରାଉତ , ଏକଜୁକୁଟୀଭ ଇଞ୍ଜିନିଅର (ଡ୍ରେନେଜ) ଭଗବାନ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ I ଶ୍ରୀ ଦାସବର୍ମା ଜିଲ୍ଲାରେ ଥିବା ଦୟା , ଭାର୍ଗବୀ , ରତ୍ନଚିରା , ଲୁଣା ଏବଂ ମକରା ନଦୀର ବିଭିନ୍ନ ସ୍ଥାନ ରେ ଅସୁରକ୍ଷିତ ନଦୀବନ୍ଧ ଗୁଡିକ ଉପରେ ତୀକ୍ଷଣ ନଜର ରଖିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ I ମହାନଦୀ ରୁ ଉପରୋକ୍ତ ନଦୀଗୁଡିକୁ ୫ ଲକ୍ଷ କିଉସେକ ଜଳ ପ୍ରବାହିତ ହେବା ର ସମ୍ଭାବନା ରହିଛି ଯାହାକି ଚିଲିକା ହ୍ରଦରେ ମିଶିବ I ପୁରୀ ଜିଲ୍ଲା ରେ ଏକ ମଧ୍ୟମ ଧରଣ ର ବନ୍ୟା ହୋଇ ପରେ ବୋଲି ଶ୍ରୀ ଦାସବର୍ମା ଆଶଙ୍କା ପ୍ରକାଶ କରିଥିଲେ ଏବଂ ଏହାର ମୁକାବିଲା ନିମନ୍ତେ NDRF ଓ ODRAF ଟିମ ର ମୃତୟନ କରିବା ସହ ବନ୍ୟା ପ୍ରଭାବିତ ଲୋକ ଙ୍କୁ ଅତ୍ୟାବଶକୀୟ ସ୍ୱାସ୍ଥ୍ୟ ସେବା ଓ ସ୍ଵଛ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ I ଏଥି ସହ ରିଲିଫ ଏବଂ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିବା ପାଇଁ ଶ୍ରୀ ଦାସବର୍ମା ଜିଲ୍ଲାପ୍ରଶାସନ କୁ ନିର୍ଦେଶ ଦେଇଥିଲେ I ରାଜସ୍ୱ ଅଧିକାରୀ ମାନଙ୍କୁ ବନ୍ୟା ପରେ ଅତି ଶୀଘ୍ର ଫସଲ କ୍ଷୟ କ୍ଷତି ର ଆକଳନ କରିବା ପାଇଁ କୁହା ଯାଇଥିଲା I ଜିଲ୍ଲପାଳ ଗତ କାଲି ଭିଡିଓ କନଫରେନସିଙ୍ଗ ମାଧ୍ଯମ ରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ଏବଂ ଥାନା ଅଧିକାରୀ ମାନଙ୍କ ସହ ବନ୍ୟା ପରିସ୍ଥିତି ର ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ଏବଂ ଜିଲ୍ଲା ପ୍ରଶାସନ ସମସ୍ତ ପରିସ୍ଥିତି ର ଦୃଢ଼ ମୁକାବିଲା ପାଇଁ ସମ୍ପୂର୍ଣ ସଜାଗ ଏବଂ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଥିଲେ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here