ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ ଆଜାବୀନ କାରାଦଣ୍ଡରେ ଦଣ୍ଡିତ ..

କାରାଦଣ୍ଡରେ ଦଣ୍ଡିତ ହେଲେ ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ । ଏନେଇ ଦିଲ୍ଲୀର ପଟିଆଲା କୋର୍ଟ ଶୁଣାଣି କରିଛନ୍ତି । ଦୁଇଟି ମାମଲାରେ ଦୁଇଟି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
ଅନ୍ୟ ୫ଟି ମାମଲାରେ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡ ଦିଆଯାଇଛି । ଏହା ସହ ୧୦ ଲକ୍ଷ ରୁ ଅଧିକ ଟଙ୍କାର ଜରିମାନାର ମଧ୍ୟ ଆଦେଶ ହୋଇଛି । ସମସ୍ତ ଜେଲ ଦଣ୍ଡାଦେଶ ଏକକାଳୀନ ଲାଗୁ ନେଇ ଆଦେଶ ହୋଇଛି । ୟାସୀନ ମଲ୍ଲୀକ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା।
ଅଭିଯୋଗ ନିଜେ ମଧ୍ୟ ସ୍ୱୀକାର କରିଥିଲା ୟାସୀନ। ତେବେ ବର୍ତ୍ତମାନ କୋର୍ଟ ଉଭୟ ପକ୍ଷର ତର୍କ ଶୁଣିବା ପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ଏବେ ରାୟ ଶୁଣାଇଛନ୍ତି କୋର୍ଟ। ସୁଚନା ଅନୁସାରେ ଆତଙ୍କବାଦୀ କାର‌୍ୟ୍ୟକଳାପ, ଆତଙ୍କବାଦୀ ସଂଗଠନଙ୍କୁ ପାଣ୍ଠି ଯୋଗାଇବା ଏବଂ ଦେଶ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ୨୦୧୭ ୟାସୀନ ମଲ୍ଲିକକଙ୍କୁ ଗିରଫ କରିଥିଲା ପୁଲିସ୍।
କୋର୍ଟ ଏହି ମାମଲାର ଶୁଣାଣି କରିବା ସହିତ ବେଆଇନ କାର‌୍ୟ୍ୟକଳାପ ପ୍ରତିରୋଧ ଆଇନ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here