ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ ବେହେରା ଡକ୍ଟରେଟ ଉପାଧି ରେ ସମ୍ମାନିତ ।

ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ଚେନ୍ନାଇ,
ତାମିଲନାଡୁ ଆନୁକୁଲ୍ୟରେ ଏକ ମିଳିତ ସଭାରେ ୨୬.୦୩.୨୦୨୨ ଦିନ ସଂଧ୍ୟା ୫ ଘଣ୍ଟା ସମୟରେ ତାମିଲନାଡୁର ଚେନ୍ନାଇ ସହର ର ଚେନ୍ନାଇ ଗେଟ୍ ୱଏ ହୋଟେଲ ରେ ଅନୁଷ୍ଠିତ ହୋଇଥିଲା।
ଉକ୍ତ ସମାରହରେ ଅନେକ ରାଜ୍ୟ ରୁ ଆସିଥିବା ସମ୍ମାନିତ ବ୍ୟକ୍ତି ଙ୍କୁ ଡକ୍ଟରେଟ ଉପାଧି ରେ ସମ୍ମାନିତ କରାଯାଇଥିଲା। ଉକ୍ତ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ତିନି ଜଣକୁ ସାମାଜିକ ସେବା ଓ ସିଭିଲ ଇଞ୍ଜିନିୟରିଂ ପାଇଁ ଡକ୍ଟରେଟ ଉପାଧି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।


ଓଡ଼ିଶାର ଡିହସାହି ଗ୍ରାମ ହିନ୍ଦୋଳ ନିର୍ବାଚନ ମଣ୍ଡଳ ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ ବେହେରା, ଯୁବ ସଭାପତି, ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର, ଓଡ଼ିଶା ଶାଖା, “ଦ ୟୁନିଭେରସେଲ ତାମିଲ ୟୁନିଭେରସିଟି “ତାମିଲନାଡୁ ର ଚାନ୍ସେଲର ଡଃ ଏମ ପାଣ୍ଡିଆ ରାଜନ,କାମରାଜୁ ୟୁନଭରସିଟି, ମଦୁରାଇ ର ଅଧ୍ୟକ୍ଷ ଡ଼ଃ ଆର ସୋଲାଇମଲାଇ ଏବଂ ମୂଖ୍ୟ ଅତିଥି ଡଃ ଏକେଏନ୍ ଭାଇଥାଇୟାନାଥମ୍ ଜିଲ୍ଲା ଜର୍ଜ, ଚେନ୍ନାଇ,ଓ ଡଃ ବାବୁ ବାଲକୃଷ୍ଣା, ଅଧ୍ୟକ୍ଷ ୟୁନଭେରସଲ ଏଚିଭେରସ ବୁକ୍ ଅଫ୍ ରେକର୍ଡସ୍ ଙ୍କ ଦ୍ଵାରା ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଉତ୍ତର ଜୋନାଲ ଉପସଭାପତି ଦୁଷ୍ମନ୍ତ ବେହେରା , ଖଲାରୀ, ଅନୁଗୁଳ ଜିଲ୍ଲା ଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରି ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ତତ୍ ସଂଗେ ଫିଉଚର କାଲାମସ୍ ଅଫ୍ ଇଣ୍ଡିଆ ୨୦୨୨ପୁରସ୍କାର ମଧ୍ୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଡକ୍ଟରେଟ ପୁରସ୍କାରଟି ନିଜର ସିଭିଲ ଇଂଜିନିୟରିଂ ଥିବା ବୁଦ୍ଧିରେ ସାମାଜିକ ସେବାରେ ଉପଯୋଗ କରି ପ୍ରାୟ ୧୦ହଜାର ଲୋକଙ୍କ ପାଖାପାଖି ୩୦୦ହେକ୍ଟର ଜମିକୁ ବର୍ଷାପାଣି ଦ୍ୱାରା ଜଳସେଚିତ କରି ଚାଷ ଉପଯୋଗୀ କରିଥିବାରୁ ସମ୍ମାନିତ କରାଯାଇଥିଲା।

ଦୁଷ୍ମନ୍ତ ବାବୁ ଏହି ବିରଳ ପୁରସ୍କାର ଏବଂ ଡକ୍ଟରେଟ ଉପାଧି ପ୍ରାପ୍ତିର ଶ୍ରେୟ ତାଙ୍କର ସ୍ବର୍ଗତ ଦାଦା ଭଗବାନ ବେହେରା ଛୋଟ ବେଳରୁ ପ୍ରତିଟି ମୁହୂର୍ତ୍ତରେ ଜଗି ଭଲ ମଣିଷ ଟିଏ ହେବାର ରାସ୍ତା ଦେଖାଇଥିବାରୁ ଓ ସମାଜ ସେବା ପାଇଁ ନିଜର ଆଦର୍ଶ ଭାବେ କାମଜେଜେବାପା ସ୍ବର୍ଗତ ଦଣ୍ଡଧର ବେହେରାଙ୍କ ସାମାଜିକ କର୍ମ। ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଙ୍ଗଙ୍କୁ ନିଜ ରାଜନୈତିକ ଜୀବନର ଆଦର୍ଶ ମାନି ସମାଜ ସେବା ପାଇଁ ଅନୁପ୍ରାଣିତ ହୋଇଛି ଓ ତାଙ୍କ ଆଶୀର୍ବାଦ ପ୍ରାପ୍ତ କରି ସଫଳ ହୋଇପାରିଛି। ଏହି ସଫଳତା ପାଇଁ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ, ଉଠାଜଳସେଚନ ଅଧକ୍ଷ୍ୟ ଅମରେଶ ପତ୍ରି, ସାଂସଦ ମହେଶ ସାହୁ, ହିନ୍ଦୋଳ ପୂର୍ବତନ ବ୍ଲକ ଅଧକ୍ଷ୍ୟ ପ୍ରିୟବ୍ରତ ରାଉତ, ହିନ୍ଦୋଳ ପର୍ଯ୍ୟବେକ୍ଷକ ତପନ ତ୍ରିପାଠୀ , ଢେଙ୍କାନାଳ ପର୍ଯ୍ୟବେକ୍ଷକ ବିଜୟ ନାୟକ, ଅଶୋକ ନାୟକ ଓ ପ୍ରଶାନ୍ତ ସର ସମେତ ହିନ୍ଦୋଳ ଅଂଚଳର ସମସ୍ତ ଗୁରୁଜନ ମାନଙ୍କ ଆଶୀର୍ବାଦ କାମନା କରୁଛନ୍ତି।💐🙏

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here