କ୍ଷେତ୍ରପାଳ ଓ କଣ୍ଟିଗଡିଆ ପଞ୍ଚାୟତରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ I

ଯାଜପୁର :ଧର୍ମଶାଳା ବ୍ଲକ ଅନ୍ତର୍ଗତ କ୍ଷେତ୍ରପାଳ ଓ କଣ୍ଟିଗଡିଆ ପଞ୍ଚାୟତରେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଧର୍ମଶାଳା ବିଧାୟକ ପ୍ରବଣ କୁମାର ବଳବନ୍ତରାୟ ଓ ସମ୍ମାନୀତ ଅତିଥି ଭାବେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଯୋଗଦେଇ ହିତାଧୀକାରୀ ମାନଙ୍କୁ ଏହି କାର୍ଡ ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ,ଧର୍ମଶାଳା ବିଜେଡି ସଭାପତି  ଜଳଧର ମହାନ୍ତି,ବିଧାୟକଙ୍କ ପ୍ରତିନିଧି ନିର୍ମଳ ଚନ୍ଦ୍ର ପ୍ରଧାନ, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ବିଶ୍ବବନ୍ଦନା ଜେନା,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ବଳ, ପୂର୍ବତନ ଯୁବ ସଭାପତି ପ୍ରଶନ୍ନ କୁମାର ରାଉତ ପ୍ରମୁଖ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡର ଉପକାର ବିଷୟରେ ମତ ରଖିଥିଲେ ।କ୍ଷେତ୍ରପାଳ ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ପଞ୍ଚାୟତର ଆଜି ୭୭୫ ଜଣଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମିତି ସଭ୍ୟା ରତ୍ନପ୍ରଭା ମହାପାତ୍ର,ପୂର୍ବତନ ସମିତିସଭ୍ୟ ଯଚିନ୍ଦ୍ର ମହାପାତ୍ର,ବରିଷ୍ଠ ବିଜେଡି ନେତା ଫକିର ନାରାୟଣ ମିଶ୍ର,ପଞ୍ଚାୟତ ସଭାପତି ଦେବଦତ୍ତ ମହାପାତ୍ର,ପୂର୍ବତନ ସରପଞ୍ଚ ତୋଫାନ୍ ଖଣ୍ଡାଇ,ପୂର୍ବତନ ସମିତିସଭ୍ୟ ଯଚିନ୍ଦ୍ର ମହାପାତ୍ର,ପଞ୍ଚାୟତ ମହିଳା ମହାସଂଘର ସଭାନେତ୍ରୀ ଶାନ୍ତିଲତା ସାହୁ ଓ ଏମବିକେ ସବିତା ବିଶ୍ବାଳଙ୍କ ସମେତ ଆଶା ଓ ଅଙ୍ଗନୱାଡି କର୍ମୀ ଓ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସେହିପରି କଣ୍ଟିଗଡିଆ ପଞ୍ଚାୟତରେ ଅନୁଷ୍ଠିତ ଉତ୍ସବରେ ସରପଞ୍ଚ ଅନୁପମା ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ଳକ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରତ୍ନାକର ସାହୁ, ପୂବର୍ତନ ସରପଞ୍ଚ ଉତ୍ତମ କୁମାର ଦାସ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଲେଖ ଚନ୍ଦ୍ର ସେଠୀଙ୍କ ସମେତ ପଞ୍ଚାୟତର ଆଶା,ଅଙ୍ଗନୱାଡି କର୍ମୀ,ମହିଳା ମହାସଂଘର କର୍ମକର୍ତ୍ତା ଓ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ  । ପରେ ବିଧାୟକ ଅନୁଦାନ ପାଣ୍ଠିରୁ ନିର୍ମାଣ କରାଯାଇଥିବା  କଣ୍ଟିଗଡିଆ ହରିଜନସାହି ସତ୍ୟ ନାରାୟଣ ପାଲା ମଣ୍ଡପକୁ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରବଣ କୁମାର ବଳବନ୍ତରାୟ ଓ ସମ୍ମାନୀତ ଅତିଥି ଭାବେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଯୋଗଦେଇ ଉଦ୍ ଘାଟନ କରିଥିଲେ ।

Report: ତ୍ରିଲୋଚନ ବେହେରା, ଯାଜପୁର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here