ବହୁ ଚର୍ଚ୍ଚିତ ପୁରୀ ର ଚିତ୍ତ ରଂଜନ ପଲେଇ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ର ତଦନ୍ତ କରୁଚି କ୍ରାଇମବ୍ରାଞ୍ଚ ।

ବହୁ ଚର୍ଚ୍ଚିତ ପୁରୀ ର ଚିତ୍ତ ରଂଜନ ପଲେଇ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ର ତଦନ୍ତ କରୁଚି କ୍ରାଇମବ୍ରାଞ୍ଚ । ମୃତ ଦେହ ମିଳିଥିବା ସ୍ଥାନ କ୍ରାଇମବ୍ରାଞ୍ଚ ଟିମ ଅନୁଧ୍ୟାନ ପରେ ଘଟଣା ଦିନ ଚିତ୍ତ ସହିତ ଭୋଜି ରେ ଥିବା ସମସ୍ତ ବ୍ୟକ୍ତି ଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜେରା ଆରମ୍ଭ କରିଛି। ପୁରୀ ବାସେଳି ସାହି ଥାନା ରେ ଏହି ଜେରା ଚାଲିଚି। ଅଟକ ଥିବା ଚିତ୍ତର ସାଙ୍ଗ ଶାସନଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀ,, ବାସୁଦେବପୁରର ସୂର୍ଯ୍ୟପ୍ରସାଦ ମିଶ୍ର,, ଚିତ୍ତଙ୍କ ପୁତୁରା ଦୀଲିପ ପଲାଇ,,ବ୍ରହ୍ମଗିରି ବ୍ରାହ୍ମଣୀଆର ଉମାକାନ୍ତ ପାଇକରାୟ ଓ ଗୋପାଳପୁରର ସର୍ଵେଶ୍ୱର ଜେନାଙ୍କ ବୟାନ ରେକର୍ଡ କରାଯାଉଛି। ସଦରଥାନା ପୋଲିସ ପକ୍ଷରୁ ଗତକାଲି ପର୍ଯ୍ୟନ୍ତ ହୋଇଥିବା ମାମଲାର କେସ୍ ଡାଏରୀ କ୍ରାଇମବ୍ରାଞ୍ଚ ଟିମ୍ କୁ ପ୍ରଦାନ କରାଯାଇଛି। ଏହାପରେ ଟିମ୍ ସାନବନ୍ଧକେରା ସ୍ଥିତ ମୃତ ଚିତ୍ତରଞ୍ଜନ ପଲାଇଙ୍କ ଘରକୁ ଯାଇ ତା ପରିବାର ଲୋକଙ୍କ ବୟାନ ରେକର୍ଡ କରିବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here