“କଞ୍ଚା ଲଙ୍କା” ନାମକ ପ୍ରଡକ୍ସନ ହାଉସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ପତ୍ର ପ୍ରଦାନ I

“କଞ୍ଚା ଲଙ୍କା” ନାମକ ପ୍ରଡକ୍ସନ ହାଉସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ସଂଘ ତରଫରୁ ପୁରୀ ଆରକ୍ଷୀ ଅଧିକ୍ଷକ ଡ଼ା. କନୱାର ଵିଶାଲ ସିଂହଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। କଞ୍ଚା ଲଙ୍କା ନାମକ ଏକ  production House ର ଏକ ୱେବ ସିରିଜିରେ ” Gangs of puri”ନାମରେ ଏକ ପୋଷ୍ଟର viral ହେବାରେ ଲାଗିଛି।  ଯେଉଁ ଥିରେ କି  ଶ୍ରୀମନ୍ଦିର ଉପରେ ଖଣ୍ଡା ଝୁଲୁଥିବାର ଦୃଶ୍ୟ ଓ ଏଥିରେ ରକ୍ତ ଲାଗିଥିବା ଦୃଶ୍ୟ ରହିଛି। ଯାହାକି ଏହି ଦୃଶ୍ୟ ଜଗନ୍ନାଥ ପ୍ରେମୀ ଙ୍କ   ଧାର୍ମିକ ଭାବନାକୁ ଆଘାତ ଦେଇଚି ।   Gangs Of Puri ୱେବ ସିରିଜି ପୁରୀ ସହରର ଯୁବକ ତଥା ଛାତ୍ର ମାନଙ୍କୁ ଅପରାଧିକ କାର୍ଯ୍ୟକଳାପ ପାଇଁ ପ୍ରବତ୍ତାଉଛି | ଏଣୁ ଏହି production ହାଉସ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପୁରୀ ଜିଲ୍ଲା ଅଧିବକ୍ତା ସଙ୍ଘ। ଏହି ମର୍ମ ରେ ଏକ ସ୍ମାରକପତ୍ର ପୁରୀ ଆରକ୍ଷୀ ଅଧିକ୍ଷକ ଡ଼ା. କନୱାର ଵିଶାଲ ସିଂହ ଦାବିପତ୍ର ଦିଆଯିବା ସହ  ଯଥାଶୀଘ୍ର ଉକ୍ତ ୱେବ ସିରିଜି ମାଲିକ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣକରିବା ପାଇଁ ଦାବି କରିଛି ସଗଠନ ସହିତ।ଉକ୍ତ ଦାବୀ ପ୍ରଦାନ ସମୟରେ ସଂଘର ଆବାହକ ଅନିଲ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, ସୁଭାଶିଷ ମହାନ୍ତି,କର୍ଣ୍ଣବୀର ମହାପାତ୍ର,ଭାଗବତ  ପଟ୍ଟନାୟକ, ଦେବଦତ୍ତ ପଟ୍ଟନାୟକ, ଦେବାଶିଷ ଦାଶ, ପ୍ରଶାନ୍ତ ରଣା, ସୁରେଶ ମହାପାତ୍ର,ଭବାନୀ ଶଙ୍କର ସାହୁ, ଦେବେନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here