ଖବର ସଂକ୍ଷେପ ରେ…… ତାରିଖ ୧୬/୧୧/୨୧, ମଙ୍ଗଳବାର (NEWS IN BULLETS)

୧-ପଞ୍ଚାୟତ ନିର୍ବାଚନ ଗାଇଡଲାଇନ୍‌: ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ, ୫କାର ଓ ୧୦ବାଇକରେ ପ୍ରଚାର କରିପାରିବେ ZP ସଭ୍ୟ ପ୍ରାର୍ଥୀ।

୨-କଟକ: ସରିଲା ସ୍ମାର୍ଟ ଚିପ୍ ଯୁଗ। ଡିସେମ୍ବର ୩୧ରୁ ସ୍ମାର୍ଟ କାର୍ଡ ବନ୍ଦ ହେବ।ଏଣିକି ଗାଡ଼ିର ହେବ ସବୁ ପେପର ଡକ୍ୟୁମେଣ୍ଟ।

୩-ଷଷ୍ଠ-ସପ୍ତମ ପିଲା ସ୍କୁଲ ମାଟି ମାଡି ହେଲେ ଖୁସି ହେଲେ ଅଭିଭାବକଙ୍କ ମନରେ ରହିଛି କରୋନା ଭୟ।

୪- ଆଜି ପୂର୍ବାଂଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ: ବାୟୁସେନା ବିମାନ ସହ ରାଜରାସ୍ତାରେ କରିବେ ଅବତରଣ।

୫-ହୀରାକୁଦ ନଦୀବନ୍ଧ ପରିଚାଳିତ ହେବାର ୬୫ ବର୍ଷ ପରେ ୨୦୦୦ ବିସ୍ତାପିତ ପରିବାରକୁ ଜମିପଟ୍ଟା ପ୍ରଦାନ କରିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୬-ବିନା ଭକ୍ତରେ ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ଆରମ୍ଭ ; ୧୭ରେ ବଡଓଷା।

୭-ଜମି ଦେବାକୁ କହି ୫୦ ଲକ୍ଷ ଟଙ୍କା ନେଇ ମାରିଥିଲା ଛୁ, ଉତ୍ତରପ୍ରଦେଶରୁ ପର୍ଶୁରାମ କାଣ୍ଡିକୁ ଗିରଫ କଲା ପୋଲିସ୍।

୮-କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଗାଇଡଲାଇନ୍ ଜାରି କଲା ବିଏମସି । ବିନ୍ଦୁସାଗରରେ ବୁଡ଼ ପକାଇବା ଉପରେ ଲାଗିଲା କଟକଣା ।

୯-ବର୍ଷା ବୁଡାଇଦେଲା ଚଷା ପୁଅର ବର୍ଷକର ଦାନା । ବିଲରେ ଭାସୁଛି ଧାନ । କଣ କରିବ କୃଷକ, ଚାଷୀ ଆଖିରେ ଲୁହ ।

୧୦-ଭୁବନେଶ୍ୱର : ୨୨ରୁ ୬ଷ୍ଠ ଓ ୭ମ ପିଲାମାନଙ୍କର ମପାଯିବ ଦକ୍ଷତା।

୧୧-ଝାରସୁଗୁଡ଼ାବାସୀଙ୍କୁ ୩୧୨ କୋଟିର ଭେଟି, ଜିଲ୍ଲାବାସୀ ପାଇଲେ BSKY ସ୍ମାର୍ଟ ହେଲଥ କାର୍ଡ।

୧୨-ନୂଆ ଦିଲ୍ଲୀ: ବଦଳିଲା ନିୟମ, ସୂର୍ଯ୍ୟାସ୍ତ ପରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ। ମୃତକଙ୍କ ପରିବାର ଓ ଅଙ୍ଗ ଗ୍ରହୀତାଙ୍କୁ ମିଳିବ ଲାଭ।

୧୩-ରାଂଚିରେ ବିର୍ସା ମୁଣ୍ଡା ସଂଗ୍ରାହଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ସେପଟେ ଭୋପାଳରେ ଜନସାଧାରଣଙ୍କୁ ଭେଟିଦେଲେ ଅତ୍ୟାଧୁନିକ ରେଳଷ୍ଟେସନ ।

୧୪- କିଟ୍‌ ରିକ୍ରୁଟମେଣ୍ଟ ୨୦୨୧ : କିଟ୍‌ରେ ଚାକିରି ସୁଯୋଗ, ୪୦୫୦ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ। ଲଗ୍ ଅନ୍ କରନ୍ତୁ kiit.ac.in>>career।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here