ଖବର ସଂକ୍ଷେପ ରେ…… ତାରିଖ 14-11-2021(ରବିବାର) (NEWS IN BULLETS)

୧. ୨ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଝଞ୍ଜାବତୀର ଭାଗ୍ୟ ବଦଳିବା ନେଇ ପ୍ରଶ୍ନ ।

୨. ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା ।

୩. ଋଣ ଜାଲରେ ଫସାଉଥିବା ଚୀନକୁ ଶ୍ରୀଲଙ୍କା ଦେଲା ଶକ୍ତ ଝଟକା, ଏବେ ବାଉଳେଇ ହେଉଛି ଡ୍ରାଗନ ।

୪. ଶନିବାର ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ସମେତ ୩୫ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । 

୫. ଗୋବର, ଗୋ ମୂତ୍ର ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିପାରିବ: ଶିବରାଜ ସିଂହ ଚୌହାନ ।

୬. T20 WC Final: ଖେଳିବେନି ଡେଭନ କନଓ୍ଵେ, ତାଙ୍କ ସ୍ଥାନ ନେଲେ କେକେଆରର ବିସ୍ଫୋରକ ବ୍ୟାଟସମ୍ୟାନ ।

୭. କ୍ରିପ୍ଟୋକରେନ୍ସି ଉପରେ ପିଏମ ମୋଦୀଙ୍କ ବଡ ବୈଠକ – ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିବା ପ୍ରଲୋଭନକାରୀ ବିଜ୍ଞାପନ ଉପରେ ଲାଗିବ କଟକଣା ।

୮. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଚିତ୍ରକଳା ଜରିଆରେ ସ୍ମୃତିଚାରଣ କରିଛନ୍ତି କଳାକାର ପ୍ରିୟଙ୍କା ସାହାଣୀ ।

୯. ଭାରତୀୟ ଅଟୋ ମୋବାଇଲ୍ ସେକ୍ଟରକୁ ଦୁନିଆରେ ନମ୍ବର ୧ କରିବାକୁ ଚାହୁଁଛନ୍ତି ନୀତିନ ଗଡକରୀ, ପ୍ରସ୍ତୁତ କଲେ ରୋଡମ୍ୟାପ୍ ।

୧୦. ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଉତ୍ତର ଆଣ୍ଡାମାନ ସାଗର ସଲଗ୍ନ ବଙ୍ଗୋପସାଗର ଆଡକୁ ଗତି କରିବାର ଆଶଙ୍କା କରାଯାଉଛି । ଯାହା ନଭେମ୍ବର ୧୫ ତାରିଖରେ ଅବପାତର ରୂପ ନେଇପାରେ । ଫଳରେ ଏହା ଅଧିକ ତୀବ୍ର ହେବା ସହ ୧୮ ନଭେମ୍ବର ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳକୁ ପହଞ୍ଚିବାର ଭାରତୀୟ  ପାଣିପାଗ ବିଭାଗ (ଆଇଏମଡି) ଆକଳନ କରୁଛନ୍ତି। ଏଣୁ ୧୬ରୁ ୧୮ ନଭେମ୍ବର ସୁଦ୍ଧା ଅନେକ ରାଜ୍ୟରେ ବର୍ଷା ହୋଇପାରେ ବୋଲି ସତର୍କ କରାଯାଇଛି ।

୧୧. କେବଳ ଦେଶରେ ନୁହେଁ ବିଶ୍ବର ସବୁଠୁ ପ୍ରଦୂଷିତ ସହର ଦିଲ୍ଲୀ, ଟପ-୧୦ରେ ଭାରତର ୩ ସିଟି ।

୧୨. ନୂଆଦିଲ୍ଲୀ:୭ ଦିନ ପାଇଁ ରାଜଧାନୀରେ ବନ୍ଦ ରହିବ ସ୍କୁଲ: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।

୧୩. ଯୁବବର୍ଗଙ୍କୁ ନିଜର ମାତୃଭାଷାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

୧୪. ଯାତ୍ରୀ ମାନଙ୍କ ପାଇଁ ବିଶେଷ ସୁବିଧା : ମେଲ୍ / ଏକ୍ସପ୍ରେସ୍ / ପାସେଞ୍ଜର ଏବଂ ଛୁଟିଦିନ ବିଶେଷ ଟ୍ରେନ୍ ପୂର୍ବଭଳି ନିୟମିତ ଟ୍ରେନ୍ ଭାବରେ ଚଳାଚଳ କରିବ ।

୧୫. ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ ଜଲଓ୍ଵା କାଏମ, ଅଷ୍ଟମ ଦିନରେ ଏତିକି ଆୟ କଲା ‘ସୂର୍ଯ୍ୟବଂଶୀ’ ।

୧୬. ଆଗାମୀ ମାସରେ ଭାରତକୁ ମିଳିବ ବିଶ୍ୱର ସବୁଠୁ ଶକ୍ତିଶାଳୀ ଘାତକ ଅସ୍ତ୍ର, ମୁହଁ ବୁଲେଇ ଅନେଇ ପାରିବେନି ଶତ୍ରୁ ।

୧୭. ଧିରେ ଧିରେ ସୁଧୁରୁଛି ଚେନ୍ନାଇ ସ୍ଥିତି: ପ୍ରଶାସନ ତରଫରୁ ଜୋରଦାର ଚାଲିଛି ଜଳ ନିଷ୍କାସନ ପ୍ରକ୍ରିୟା, ଏବେ ବି ଅନେକ ସ୍ଥାନ ଜଳମଗ୍ନ ।

୧୮. ହରକ୍ୟୁଲେସ୍‌ ବିମାନରୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦୀ, ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର କରିବେ ଉଦ୍‌ଘାଟନ ।

୧୯. ମହାରାଷ୍ଟ୍ରର ଗଡଚିରୋଲି ଜିଲା ମର୍ଡିଣ୍ଟୋଲା ଘଞ୍ଚ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି । 

୨୦. ପାକିସ୍ତାନରେ ଜେଲ ଦଣ୍ଡ ଭୋଗିସାରିଥିବା ଗୁଜୁରାଟର ୨୦ ଜଣ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଦେଇଛନ୍ତି । ରବିବାର ସକାଳେ ସେମାନଙ୍କୁ ୱାଘା-ଅଟାରି ସୀମା ଦେଇ ଭାରତକୁ ପଠାଇଦିଆଯିବ । 

୨୧. ଆଜି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଫାଇନାଲ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here