ଖବର ସଂକ୍ଷେପ ରେ…… ତାରିଖ ୧୯-୦୯-୨୦୨୧(ରବିବାର) (NEWS IN BULLETS)

୧. ସୁପ୍ରତିଷ୍ଠିତ ସାରସ୍ୱତ ସାଧିକା, ସୁଲେଖିକା, ବାଗ୍ମି, ଲୋକ ସେବକ ମଣ୍ଡଳର ପୂର୍ବତନ ସଭ୍ୟା ମନୋରମା ମହାପାତ୍ରଙ୍କ ବିୟୋଗରେ ସର୍ବପୁରାତନ ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ୍ ସେବକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

୨. ହେଭିଓ୍ବେଟ୍‌ ମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍ : ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ ।

୩. ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ଶନିବାର ଏହା ୬୨୮.୧୭ ଫୁଟ୍‌ରେ ପହଞ୍ଚିଛି । ରାତି ୧୦.୩୦ସୁଦ୍ଧା ବାମପାର୍ଶ୍ୱରେ ୮ ଓ ଡାହାଣପାର୍ଶ୍ୱରେ ୪ ମୋଟ ୧୨ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି ।

୪. ଲକ୍ଷ୍ମୌ ରେ ଡାକ୍ତରଙ୍କ ଅବସରକାଳୀନ ବୟସ ସୀମାକୁ ବଢାଇବାକୁ ଯାଉଛନ୍ତି ଯୋଗୀ ସରକାର ।

୫. ଆସନ୍ତାକାଲି ଅନନ୍ତ ବାସୁଦେବ ମନ୍ଦିରକୁ ସାଧାରଣ ଦର୍ଶନାର୍ଥୀଙ୍କୁ ବାରଣ ।

୬. କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ହେତୁ କେନ୍ଦ୍ର ସରକାର ‘ପର୍‌ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର’ (ପାନ୍‌) ସହ ‘ଆଧାର’ ସଂଯୋଗ ସମୟସୀମା ୨୦୨୨ ମାର୍ଚ ୩୧ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି ।

୭. ବିଶିଷ୍ଟ ସାହିତି୍ୟକା ଯଶୋଧାରା ମିଶ୍ରଙ୍କୁ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ ପାଇଁ ଶନିବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । 

୮. ପଶ୍ଚିମବଙ୍ଗରେ ବେହାଲ କଲାଣି ବର୍ଷା, ଗଲାଣି ୭ ଜଣଙ୍କ ଜୀବନ ।

୯. ଓଡିଶାର ପ୍ରମୁଖ ଶକ୍ତିପୀଠ ମା’ ଭଗବତୀଙ୍କ ଗାଥା ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିବ । ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ମା’ ଙ୍କ ପଟ୍ଟକଥା, ଯାହାକୁ ସାରା ବିଶ୍ୱର କୋଟି କୋଟି ଜନସାଧାରଣ ଦେଖିବେ ।

୧୦. ଆସନ୍ତା ୩ମାସ ଗୁରୁତ୍ୱପୂର୍ଣ୍ଣ, ସଚେତନ ରହିବାକୁ ପରାମର୍ଶ ଦେଲେ ସରକାର ।

୧୧. ଶ୍ରୀନଗରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ, ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଲେ ଆତଙ୍କୀ ।

୧୨. ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ୧୧୫ ଟି ଦେଶରୁ ଆସିଛି ଜଳ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । 

୧୩. ଅଢେଇ କୋଟି ଭ୍ୟାକ୍ସିନେସନ ରେକର୍ଡ ପରେ… ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଲେ ମୋଦି ।

୧୪. ସେପ୍ଟେମ୍ୱର ୨୦ରୁ ୟୁଜି ଦ୍ୱିତୀୟ ବର୍ଷ ପିଲାଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ ।

୧୫. ଶିଖର ଛୁଇଁଲା ପଂଜାବ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ: ଶେଷରେ ପଦ ଛାଡିଲେ କ୍ୟାପଟେନ ଅମରିନ୍ଦର ସିଂ ।

୧୬. ରାଜସ୍ଥାନରେ ବାଲ୍ୟ ବିବାହକୁ ଅନୁମତି ।

୧୭. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୫୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୬ ହଜାର ୩୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୧୨୦ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୨୮ କୁ ବୃଦ୍ଧି ହୋଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here