ଖବର ସଂକ୍ଷେପ ରେ…… ତାରିଖ ୧୧-୦୯-୨୦୨୧(ଶନିବାର) (NEWS IN BULLETS)

୧. ଟୋକିଓ ପାରାଲିମ୍ପିକ୍‌ସରେ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି ।

୨. ଜାତିସଂଘ ସୁରକ୍ଷା ପରିଷଦ ବିତର୍କରେ ଭାରତର ମତ : ଆତଙ୍କବାଦ କ୍ଷେତ୍ରରେ ତାଲିବାନ ନିଜର ପ୍ରତିଶ୍ରୁତି ପାଳନ କରୁ ।

୩. ଆସନ୍ତା ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ କ୍ରିକେଟ୍ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।

୪. ଧୋକା ଦେଲା ମୌସୁମୀ ! ୧୯ ବର୍ଷରେ ଅଗଷ୍ଟ ମାସରେ ଦେଶରେ ସବୁଠୁ କମ ବର୍ଷା, ମଧ୍ୟ ଭାରତରେ ସ୍ଥିତି ଚିନ୍ତାଜନକ ।

୫. ଗରିବଙ୍କ ମଧ୍ୟରେ ବଣ୍ଟାଯିବ ଅପରାଧୀଙ୍କ ଟଙ୍କା ଏବଂ ସଂପତ୍ତି, ଶିବରାଜ ସରକାର ଆଣୁଛନ୍ତି ନୂତନ ଆଇନ ।

୬. ଆଧୁନିକ LHB କୋଚ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ ।

୭. ସେପ୍ଟେମ୍ବର ୧୫ରେ ସଂସଦ ଟିଭି ଲଞ୍ଚ୍ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଧର୍ମ ଉପରେ ଶୋ କରିବେ କଂଗ୍ରେସ ନେତା କର୍ଣ୍ଣ ସିଂହ ।

୮. ଛଅ ଦିଗରୁ ଆକାଶକୁ ଘେରିବ ବାୟୁସେନା, ପଶିପାରିବନି ଶତ୍ରୁ ପକ୍ଷ ବିମାନ, ୧୧ ହଜାର କୋଟିର ଡିଲ୍‌ରେ ଲାଗିଲା ମୋହର ।

୯. କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ ତାରିଖରୁ ଖୋଲିବ । ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।

୧୦. ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା – JEE ମେନ୍ ରେଜଲ୍ଟ ଯାହା ଆଜି ସେପ୍ଟେମ୍ବର ୧୦ରେ ଘୋଷଣା ହେବାର ଥିଲା ତାହାକୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଦିନ ଫଳାଫଳ ପ୍ରକାଶ କରିବ। ଛାତ୍ରମାନେ ସେମାନଙ୍କର ସ୍କୋରକାର୍ଡ ଯାଞ୍ଚ କରିବା ସହିତ ଅଫିସିଆଲ୍ ୱେବସାଇଟ୍, jeemain.nta.nic.in କିମ୍ବା nta.ac.in ରୁ ସେମାନଙ୍କର ର୍ୟାଙ୍କ ତାଲିକା ଡାଉନଲୋଡ୍ କରିବାକୁ ସମର୍ଥ ହେବେ ।

୧୧. ତାଲିବାନର ଆଫଗାନ ଦଖଲ ପରେ ଦୁନିଆ ଦେଖିପାରେ ୯/୧୧ ପରି ଆତଙ୍କୀ ଆକ୍ରମଣ: ୟୁକେ ଗୁଇନ୍ଦା ଏଜେନ୍ସି ।

୧୨. ସେପ୍ଟେମ୍ବର ୧୫ ପରେ ପଞ୍ଜାବ ସରକାରଙ୍କ କୌଣସି କର୍ମଚାରୀ ଯଦି କୋଭିଡ୍‌ ଟିକାର ଗୋଟିଏ ଡୋଜ୍‌ ବି ନେଇ ନ ଥିବେ, ତେବେ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର ଏହି ଘୋଷଣା କରିଛନ୍ତି ।

୧୩. ଖୁବଶୀଘ୍ର କମିବ ଖାଇବା ତେଲ ଦର । ଆକ୍ସନ ମୋଡରେ କେନ୍ଦ୍ର ସରକାର….।

୧୪. ଦେଶର ଦଶମ ରାଜ୍ୟ ଭାବେ ଓଡ଼ିଶା ସରକାର ବୈଦ୍ୟୁତିକ ମୋଟରଯାନ ନୀତିକୁ ମଞ୍ଜୁରୀ ଦେଇଥିବାବେଳେ ଆସନ୍ତା ୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଚାଳିତ ମୋଟରଯାନ ଚଳାଚଳ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ।

୧୫. ଅଶ୍ରଫ୍‌ ଗନିଙ୍କ ସରକାର ସମୟରେ କାର୍ଯ୍ୟରତ ଥିବା ଅଫିସର ଓ କର୍ମଚାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାମଚଳା ତାଲିବାନ୍‌ ସରକାର ବନ୍ଦ କରିଦେଇଛି ।

୧୬. ଆଜି ସୁଦ୍ଧା କରୋନାରୁ ୧୦ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତ୍ୟାଗ ଓ ନିରନ୍ତର ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଛି ।

୧୭. ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନର ନେତୃତ୍ୱ ନେବେ ନାହିଁ ରସିଦ ।

୧୮. ଉତ୍ତର ପ୍ରଦେଶ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ବୃନ୍ଦାବନ-ମଥୁରାରେ ଥିବା କୃଷ୍ଣ ଜନ୍ମଭୂମିର ୧୦ କିମି ପରିଧି ମଧ୍ୟରେ ଏଣିକି ମଦ କିମ୍ବା ମାଂସ ବିକ୍ରି ହୋଇପାରିବ ନାହିଁ। ମଦ ଓ ମାଂସର ବିକ୍ରି ଉପରେ ଆଜି ସରକାର ବ୍ୟାନ ଲଗାଇଛନ୍ତି ।

୧୯. ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଏଣିକି ଦୈନିକ ୪ଲକ୍ଷ ଟିକା ଦେବା ପାଇଁ ଜିଲ୍ଲାୱାରି ଟାର୍ଗେଟ୍ ଧାର୍ଯ୍ୟ କରିଛନ୍ତି । ଡିସେମ୍ବର ମାସ ଶେଷସୁଦ୍ଧା ଟିକାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୨୦. ଆମେରିକାର ଔଷଧ ନିର୍ମାତା ମଡେର୍ଣ୍ଣା ଏକକ-ଡୋଜ୍ ଟିକା ବିକାଶିତ ପାଇଁ ଘୋଷଣା କରିଛି । ଯାହା ଏକ କୋଭିଡ୍ -୧୯ ବୁଷ୍ଟର୍ ଏବଂ ଏକ ଋତୁକାଳୀନ ଫ୍ଲୁ ଜାବର ମିଶ୍ରଣ ହେବ ।

୨୧. ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପର୍ବ । କୃଷିଭିତ୍ତିକ ପର୍ବରେ ଚାଷୀଙ୍କୁ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଆଜି ନୂଆଖାଇ ଅବସରରେ ନୂଆଖାଇ ଭେଟ୍ ଦେବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବେ ।

୨୨. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୮୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୮୩ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୩୯୮ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୮୪ କୁ ବୃଦ୍ଧି ହୋଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here