ବିଉଟି ପାର୍ଲର ଖୋଲିବାକୁ ଅନୁମତି ନମିଳିଥିବାରୁ ବିକ୍ଷୋଭ, ରାଉଲକେଲା I

ରାଉଲକେଲା: କରୋନା କଟକଣା ପ୍ରତି ବିଶେଷ ଦୃଷ୍ଟି ଦେଇ ୭ମ ଆଂଶିକ ଲକଡାଉନ ୧୫ ଦିନ ପାଇଁ ଘୋଷଣା କରିବା ସହ ସୁନ୍ଦରଗଡ ଜିଲ୍ଲାକୁ କଟକଣା ମୁକ୍ତ କରି ୧୨ ଘଣ୍ଟା ପାଇଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ ବୋଲି ଘୋଷଣା କରିଥିଲେ । ତେବେ ଏହି ଘୋଷଣାରେ ବାଦ ପଡିଥିଲା ବିଉଟି ପାର୍ଲର ଓ ସପିଂ ମଲ ।

ବିଉଟି ପାର୍ଲର ପ୍ରତି ବୈମାତୃକ ମନୋଭାବ ଦେଖାଇଥିବାରୁ ଆଜି ସମସ୍ତ ବିଉଟି ପାର୍ଲରର ମହିଳା ମୋର୍ଚ୍ଚା ଉଦିତନଗର ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଉପସ୍ଥିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ କହିବା ହିସାବରେ ପ୍ରାୟତଃ ଅଧିକାଂଶ ବିୟୁଟି ପାର୍ଲର ଖୋଲିଥିବା ମାଲିକାଣି ମାନେ ଏଥିରୁ ନିଜ ପରିବାରର ଭରଣ ପୋଷଣ କରିଥାନ୍ତି ଏବଂ ଏହା ସହିତ କିଛି ମହିଳାଙ୍କୁ ମଧ୍ୟ ରୋଜଗାର ଯୋଗାଇ ଦେଇଥାନ୍ତି । ତେବେ ବର୍ଷ ବର୍ଷ ଧରି ପାର୍ଲର ବନ୍ଦ ରହିବାପରେ ବି ଏବେ ଏହାକୁ ଖୋଲିବା ପାଇଁ ଅନୁମତି ନ ଥିବାରୁ ତୁରନ୍ତ ଏହାର ବିକଳ୍ପ ବ୍ୟବସ୍ତା କରାଯାଉ ନଚେତ ବାଧ୍ୟ ହୋଇ ଆମେ ରାଜ ରାସ୍ତାକୁ ଓହ୍ଲାଇବୁ ।

ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମହିଳା ମୋର୍ଚ୍ଚା ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here