ଚିରନିଦ୍ରାରେ ଓଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର, ସାରା ଓଡିଶା ରେ ଶୋକର ଛାୟା।

ଓଲିଉଡକୁ କରୋନାର ଆଉ ଏକ ଶକ୍ତ ଝଟକା । ସବୁ ଦିନ ପାଇଁ ନୀରବି ଯାଇଛି ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର କ ସ୍ୱର।

ଗତ କିଛି ଦିନ ଧରି ତପୁମିଶ୍ର କରୋନା ସଂକ୍ରମିତ ହେବା ପରେ ଚିକିତ୍ସିତ ହେଉଥିଲେ । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ପରବର୍ତି ସ୍ୱାସ୍ଥ୍ୟଗତ ଜଟିଳତା ଦେଖା ଦେଇଥିଲା ।

କୋରନା ସଂକ୍ରମଣ ହେବା ପରେ ତାଙ୍କର ଫୁସଫୁସ ୍ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଶେଷ ୪୮ ଘଂଟାରେ ତାଙ୍କର ଅବସ୍ଥା ଅଧିକ ଜଟିଳ ହୋଇଥିଲା । କରୋନା ସହିତ ଲଢେଇ ଭିତରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କଳାକାର ତଥା ତାଙ୍କର ଫ୍ୟାନ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । ହେଲେ ନିୟତି କିଛି ଅଲଗା ରଖିଥିଲା ଏହି ପ୍ରତିଭାବାନ୍ କଣ୍ଠଶିଳ୍ପୀଙ୍କ ଭାଗ୍ୟରେ । ଆଜି ରାତି ୧୧ଟାରେ ତାଙ୍କର ନିଧନ ଘଟିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।
ଭଜନ, ଆଧୁନିକ ସଙ୍ଗୀତ ଠାରୁ ଆରମ୍ଭ କରି ଏକାଧିକ ଭାଷାରେ ସେ ଗୀତ ଗାଇ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଥିଲେ । ଆଜି ସେହି ସୁରିଲା କଣ୍ଠସ୍ୱର ନିରବି ଯାଇଛି । ଓଡିଶା ସଙ୍ଗୀତ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି । ତାଙ୍କର ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଏତେ କମ୍ ବୟସରେ ତପୁମିଶ୍ରଙ୍କ ପରଲୋକଙ୍କୁ କେହି ବିଶ୍ୱାସ କରିପାରୁନାହାନ୍ତି ।

କଳାକାର ମରେନି, ମରେ ଯାହା ଶରୀର
ସବୁଦିନ, ସବୁଘରେ,ସବୁ ହୃଦୟରେ,
ଶୁଭୁଥିବ “ତୁ ଧୀରେ ଧୀରେ ଚାଲ ରେ ସମୟ”

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here