ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ନିମନ୍ତେ କେନ୍ଦ୍ରୀୟ ଦଳର ପ୍ରସ୍ଥାବିତ ଅଞ୍ଚଳ ପରିଦର୍ଶନ।

ପୁରୀ- ତା.୧୭.୦୬.୨୦୨୧- ପୁରୀରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିମନ୍ତେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ଏକ କେନ୍ଦ୍ରୀୟ ଦଳ ପ୍ରସ୍ଥାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ଜିଲ୍ଲ ପ୍ରଶାସନ ପକ୍ଷରୁ ପ୍ରସ୍ଥାବିତ ସିପସରୁବାଲି ଅଞ୍ଚଳର ଭୌଗଳିକ ଅବସ୍ଥା, ବିମାନ ଉଡାଣ ଓ ଅବତରଣ ନିମନ୍ତେ ଆବଶ୍ୟକୀୟ ସ୍ଥାନ, ଯୋଗାଯୋଗ ବ୍ୟବସ୍ଥା, ଅର୍ଥନୈତିକ ପ୍ରଭାବ,ବାୟୁ ପ୍ରବାହ ଦିଗ ଆଦି ସଂପର୍କରେ ଉକ୍ତ ଦଳକୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି । ପରେ ଅପରାହ୍ନରେ ସର୍କିଟ ହାଉସ ଠାରେ ଉକ୍ତ ଟିମ ସହ ଜିଲ୍ଲ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ପୁରୀରେ ବିମାନ ବନ୍ଦର ନେଇ ଉକ୍ତ ଦଳକୁ ପ୍ରାକ୍ ସମ୍ଭାବନା ରିପୋର୍ଟ ପ୍ରଦାନ କରାଯିବା ସହ ପ୍ରସ୍ଥାବିତ ଅଞ୍ଚଳକୁ ନେଇ କେନ୍ଦ୍ରୀୟ ଦଳ ଖୁସି ବ୍ୟକ୍ତ କରିଥିବା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କହିଛନ୍ତି । ବିମାନ ବନ୍ଦର ନେଇ ଆବଶ୍ୟକୀୟ ଜମି ଅଧିଗ୍ରହଣ ହୋଇଥିବା ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁରୀକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଥିବା ଦୃଷ୍ଟିରୁ ସହର ନିକଟରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦରର ଆବଶ୍ୟକତା ଥିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଅବଗତ କରିଥିଲେ ।
କେନ୍ଦ୍ରୀୟ ଦଳରେ ଶ୍ରୀ ଶାନ୍ତନୁ ଫାଲନିକର, ଶ୍ରୀ ବି. ବିନୋଦ କୁମାର ପିଲାଇ, ଶ୍ରୀ ସୁଶିଲ ବର୍ମା ପ୍ରମୁଖ ସାମିଲ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଏଫଓ ଶ୍ରୀ ପି. ରାମାସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here