Nestleର ୬୦ ପ୍ରତିଶତ ପ୍ରଡକ୍ଟ ଅସ୍ବାସ୍ଥ୍ୟକର, ଅନ୍ୟ କମ୍ପାନୀ ବି ବିକ୍ରି କରୁଛନ୍ତି ଅଖାଦ୍ୟ !

ନୂଆଦିଲ୍ଲୀ ୦୩/୦୬ଦୁନିଆର ସବୁଠାରୁ ବଡ ଫୁଡ୍ ଆଣ୍ଡ ଡ୍ରିଙ୍କ୍ କମ୍ପାନୀମାନଙ୍କ ମଧ୍ୟରେ ଲୋକପ୍ରିୟ ନେସ୍ଲେ (Nestle) ଗତ କିଛି ଦିନ ହେଲା ବିବାଦରେ ରହିଛି । ମ୍ୟାଗି, କିଟକାଟ ଓ ନ୍ୟାସକ୍ୟାଫେ ତିଆରି କରୁଥିବା କମ୍ପାନୀ ନେସ୍ଲେର ୬୦ ପ୍ରତିଶତ ଫୁଡ ଅସ୍ୱାସ୍ଥ୍ୟକର । କମ୍ପାନୀ ନିଜେ ମଧ୍ୟ ଏହା ସ୍ୱୀକାର କରିଛି । ବର୍ତ୍ତମାନ ନିଜ ସାମଗ୍ରୀରେ ନ୍ୟୁଟ୍ରିସନ ଭାଲ୍ୟୁ ବଢାଇବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛି । ତେବେ ଏହି ବିବାଦ କେବଳ ନେସ୍ଲେ ଯାଏଁ ହିଁ ସୀମିତ ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ଅସ୍ୱାସ୍ଥ୍ୟକର ଖାଦ୍ୟ ସାମଗ୍ରୀକୁ ନେଇ ବିବାଦକୁ ଆସିଛନ୍ତି ।

ମ୍ୟାଗିରେ MSG : ଭାରତୀୟ ଖାଦ୍ୟ ସୁରକ୍ଷା ମାନାଙ୍କ ପ୍ରାଧିକରଣ (FSSAI) ୨୦୧୫ ରେ ମ୍ୟାଗି ଉପରେ ପ୍ରତିବନ୍ଧକ ଲଗାଇଥିଲା । ପରୀକ୍ଷଣରେ ଜଣାପଡିଥିଲା ଯେ ମ୍ୟାଗିରେ ଅତ୍ୟଧିକ ପରିମାଣର ସୀସା ଥିଲା । କିନ୍ତୁ ପ୍ୟାକେଟରେ ନୋ ଏଡେଡ଼ ଏମଏସଜି ଲେଖା ହୋଇଥିଲା । ସେତେବେଳେ ନେସ୍ଲେ ସ୍ୱାଦ ବଢ଼ୁଥିବା ମୋନୋସୋଡିୟମ ଗ୍ଲୁଟାମେଟର ମାତ୍ରା କେତେ ରହିଛି ତାହା ଜଣାଇ ନଥିଲା । କିନ୍ତୁ ବିବାଦ ପରେ ନେସ୍ଲେ ନୋ ଏଡେଡ୍ ଏମଏସଜି ଲେଖାକୁ ହଟାଇ ଦେଇଥିଲା । ଏହାପରେ ପୁଣି ବଜାରକୁ ମ୍ୟାଗି ଆସିଥିଲା ।

ନକଲି ମହୁ: ଦିଲ୍ଲୀ ସ୍ଥିତ ଏକ ବେସରକାରୀ ସଂଗଠନ, ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରମେଣ୍ଟ (CSE) ର ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ପତଞ୍ଜଳି, ଡାବର, ଝଣ୍ଡୁ ସମେତ ଅନେକ ଲୋକପ୍ରିୟ ବ୍ରାଣ୍ଡ ବିକ୍ରି କରୁଥିବା ମହୁରେ ଆଖୁ, ଚାଉଳ, ମକା, କଖାରୁରୁ ତିଆରି ଚିନି ରସ ଆଦି ମିଶ୍ରଣ କରାଯାଉଥିଲା । ବିକ୍ରେତା ଚିନି ଯୁକ୍ତ ମହୁକୁ ଶୁଦ୍ଧ ମହୁ ଭାବେ ବିକ୍ରି କରୁଥିଲେ । ପରେ ଯାଞ୍ଚ ବେଳେ ଏଥିରେ ୭୭ ପ୍ରତିଶତ ଚିନି ମିଶ୍ରଣ ହୋଇଥିବା ଜଣାପଡିଥିଲା । ସେତେବେଳେ ଯେଉଁ ସବୁ ବ୍ରାଣ୍ଡ ପରୀକ୍ଷଣରେ ପାସ ହୋଇନଥିଲେ, ସେମାନେ ଅଧ୍ୟୟନର ଦାବିକୁ ଖଣ୍ଡନ କରି ନିଜ ଦାବି ଉପରେ ଜୋର ଦେବାକୁ ଅନେକ ଖବରକାଗଜରେ ବିଜ୍ଞାପନ ମଧ୍ୟ ଦେଇଥିଲେ ।

ମଦର ଡାଏରୀରେ ଡିଟରଜେଣ୍ଟ: ୨୦୧୫ ମସିହାରେ ମଦର ଡାଏରୀ କ୍ଷୀରରେ ଡିଟରଜେଣ୍ଟ ମିଶିଥିବା ଜଣାପଡିଥିଲା । ଉତ୍ତର ପ୍ରଦେଶ ଖାଦ୍ୟ ଆଣ୍ଡ ଔଷଧ ପ୍ରଶାସନ ଏହାର ଖୁଲାସା କରିଥିଲା । ତେବେ ପ୍ୟାକେଟରେ ବିକ୍ରି ହେଉଥିବା କ୍ଷୀରରେ କୌଣସି ଅପମିଶ୍ରଣ ହୋଇଥିବା କଥାକୁ ମଦର ଡାଏରୀ ଅସ୍ବୀକାର କରିଥିଲା ।

ବ୍ରିଟାନିୟାରେ କାର୍ସିନୋଜେନ୍ସ: ୨୦୧୬ ମସିହାରେ ସିଏସଇ ପରୀକ୍ଷଣରେ ଜଣାପଡିଥିଲା ଯେ ବ୍ରିଟାନିୟା ପ୍ୟାକେଟ ବ୍ରେଡ୍, ପାଓ ଓ ବନରେ ପୋଟାସିୟମ ବ୍ରୋମେଟ ଓ ଆୟୋଡେଟ ମିଶିଛି ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ । ଅଧ୍ୟୟନରୁ ଡୋମିନୋଜ, ମ୍ୟାକଡୋନାଲ୍ସ ଓ ସବୱେ ଭଳି ଫାଷ୍ଟ ଫୁଡ୍ ଚେନରେ ପିଜ୍ଜା ଓ ବନରେ ରାସାୟନିକ ପଦାର୍ଥର ଅବଶେଷ ମିଳିଲା । ପରେ ଏହାକୁ ମଧ୍ୟ ନିଷେଧ କରାଯାଇଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here