ଖବର ସଂକ୍ଷେପ ରେ…… ତାରିଖ ୨୬-୦୫-୨୦୨୧/ ବୁଧବାର (NEWS IN BULLETS)

୧-ଓଡିଶା ମୁହାଁ ବାତ୍ୟା ୟାସ୍ । ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ରେଡ୍, ଅରେଞ୍ଜ ଏବଂ ୟେଲୋ ୱାଣ୍ଣିଂ ଜାରି ।
୨-ଲ୍ୟାଣ୍ଡଫଲରେ ହୋଇପାରେ ବିଳମ୍ବ, ଆଇଏମଡିର ଆକଳନ: ଦିନ ୧୦ଟାରୁ ୧୧ଟା ଭିତରେ ହୋଇପାରେ ଲ୍ୟାଣ୍ଡଫଲ ।

୩–‘ୟସ୍‌’ ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ; ଗୁଜବରୁ ନିବୃତ୍ତ ରହିବା ସହ ଭୟ ନକରିବାକୁୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

୪-ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC ।

୫-୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ ।

୬-ଜୁଆର ଉଠିବ, ସମୁଦ୍ର ମାଡି ଆସିବ । ଲ୍ୟାଣ୍ଡଫଲ ପରେ ୪ ମିଟର ଉଚ୍ଚରେ ଉଠିବ ଜୁଆର । ସ୍ଥାନେ ସ୍ଥାନେ ୯ କି.ମି ଯାଏଁ ମାଡି ଆସିବ ସମୁଦ୍ର ।

୭-ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିୟମିତ ଭାବେ ସ୍ଥିତି ଉପରେ ନଜର ରଖନ୍ତୁ। ପ୍ରତିଟି ମାନବ ଜୀବନ ମୂଲ୍ୟବାନ। ଜିରୋ କାଜୁଆଲିଟି ଆମ ସରକାରଙ୍କ ପଲିସି-ମୁଖ୍ୟମନ୍ତ୍ରୀ ।

୮-ବାତ୍ୟା ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।

୯–ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍ ।

୧୦-ନାରଦା ମାମଲା: ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଲା ସିବିଆଇ ।

୧୧-ଚାଷୀଙ୍କ ସମର୍ଥନରେ ନିଜ ଘରର ଛାତ ଉପରେ କଳା ପତାକା ଉଡାଇଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ।

୧୨-ମାହାଙ୍ଗା ଅଞ୍ଚଳରେ ଦିନ ଦୁଇ ପ୍ରହରରେ ରାଜସ୍ବ ନିରୀକ୍ଷକକୁ ଆକ୍ରମଣ ଘଟଣା: ମାଫିଆଙ୍କୁ ସୁରକ୍ଷା ଦେବାକୁ ତହସିଲଦାର ବଦଳାଇଲେ ଥାନାରେ ଅଭିଯୋଗ, ବିରୋଧ କରି ଘେରିଲେ ଆରଆଇ ସଂଘ ।

୧୩-ଟୁଲକିଟ୍ ବିବାଦରେ twitterକୁ କଂଗ୍ରେସର ଚିଠି, ୧୧ କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟ୍‌କୁ ‘ମାନ୍ୟୁପୁଲେଟିଭ୍’ ଟ୍ୟାଗ୍ ଦେବାକୁ ଦାବି ।

୧୪-କୋଭିଡରେ ମୃତ୍ୟୁ ହେବାର ଭୟ ଅନ୍ତରୀଣ ଜାମିନର ଆଧାର ନୁହେଁ: ସୁପ୍ରିମକୋର୍ଟ ।

୧୫-ହତ୍ୟା ଘଟଣାରେ ଗିରଫ ହେବାର ୪୮ଘଣ୍ଟା ପରେ ଗଲା ଅଲିମ୍ପିକ୍‌ କୁସ୍ତି ଖେଳାଳି ସୁଶୀଲ କୁମାରଙ୍କ ଚାକିରି .।

୧୬-କରୋନା ଆକ୍ରାନ୍ତଙ୍କୁ କରୋନିଲ କିଟ ବାଣ୍ଟିବ ହରିୟାଣା ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା ।

୧୭-ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ଅନୁମୋଦିତ କରିପାରେ ‘ହୁ’: ଭାରତ ବାୟୋଟେକ ।

୧୮-ମହାମାରୀର ଦ୍ବିତୀୟ ଲହର ପ୍ରଭାବ: ୫.୪ ଲକ୍ଷ କୋଟି କ୍ଷତି ହେବ, ସରକାର ଘୋଷଣା କରିବେ ପ୍ୟାକେଜ୍ ।

୧୯-ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ: ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଏସ.କେ ଜୟସ୍ୱାଲ ।

୨୦-ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ରଦ୍ଦ ।

୨୧-ଭାରତକୁ 5 କୋଟି ଡୋଜ ଦେବାକୁ ପ୍ରସ୍ତୁତ ଫାଇଜର, ଆସନ୍ତା ବର୍ଷ ମଡେର୍ଣ୍ଣାର ସିଙ୍ଗଲ ଡୋଜ୍ ଟୀକା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here