ଦି ସର୍ଭିସ୍ NGO ର ସମାଜସେବୀଙ୍କ ଦ୍ବାରା ରିଲାଏନ୍ସ ଫାଉଣ୍ଡେସନ ସହଯୋଗରେ ପୁରୀରେ ରାସନ ସାମଗ୍ରୀ ଵଣ୍ଟନ

୩୦.୦୫.୨୦୨୧ ପୁରୀ : ସାରା ବିଶ୍ବରେ କରୋନାର ଦ୍ଵିତୀୟ ଲହରୀ କାୟା ବିସ୍ତାର କରିଥିବା ବେଳେ ଭାରତ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଲକ ଡାଉନ ଓ ସଟ ଡାଉନ ହେବା ଫଳରେ ବହୁ ଲୋକଙ୍କ ଜୀବିକା ଅର୍ଜନ ସମ୍ପୂର୍ଣ ବନ୍ଦ ହୋଇଯାଇଛି । ପୁରୀ ଏକ ଧାର୍ମିକ ତୀର୍ଥ ସ୍ଥାନ ହୋଇଥିବାରୁ ଏଠାରେ ରହୁଥିବା ଉଠା ଦୋକାନୀ ଟୁରିଷ୍ଟ୍ ଉପରେ ନିର୍ଭର କରି ଚଳୁଥିଲେ, ସେମାନେ ଆଜି ଜୀବିକା ହରାଇବା ସହିତ ନିରାଶ୍ରୟ ହୋଇପଡିଛନ୍ତି । ଦିନମଜୁରିଆ ଏବେ ବୃତି ଶୂନ୍ୟ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଦି ସର୍ଭିସ୍ ମୁଖ୍ୟ ସମ୍ପାଦକ ଦିଲିପ୍ କୁମାର ବେହେରା ଏବଂ ସଭ୍ୟ ସଞ୍ଜୟ ସାହୁ ଓ ପୁରୀର ଶ୍ରୀକ୍ଷେତ୍ର ବିକାଶ ମଞ୍ଚର ସଭାପତି ବିଶିଷ୍ଟ ସମାଜସେବୀ ଶୁଭାଶିଷ ଖୁଣ୍ଟିଆ ଏବଂ ନିଖିଳ ଓଡ଼ିଶା ସାମ୍ବାଦିକ ସଂଘର ସଭାପତି ସାମ୍ବାଦିକ ଜୟକୃଷ୍ଣ ଦାସଙ୍କ ଚେଷ୍ଟା ଦ୍ଵାରା ନବମ ଦିନରେ ପୁରୀରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।

ରିଲାଏନ୍ସ ଫାଉଣ୍ଡେସନ ସହଯୋଗରେ ଏବେ ଏହି କାର୍ୟ୍ୟକ୍ରମ ଚାଲୁଅଛି ଓ ଆଗକୁ ଏହା ଜାରି ରହିବ ବୋଲି ଓଡ଼ିଶାର ଦି ସର୍ଭିସ୍ ସମ୍ପାଦକ ଦିଲୀପ ବେହେରା କହିଛନ୍ତି ।

[ରିପୋର୍ଟ-ଜୟକୃଷ୍ଣ ଦାସ]

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here