କୁଆଡେ ଯିବେ ନିମ୍ନ ଓ ମଧ୍ୟବିତ୍ତ ପରିବାର ? କହିବେ କି ସରକାର

କଳାହାଣ୍ଡି: କରୋନା ମହାମାରୀ ପାଇଁ ସବୁଠୁ ବେଶି ଉପେକ୍ଷିତ ହୋଇଛନ୍ତି ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକେ । ରୋଜଗାର ଠପ୍‌, ଖାଦ୍ୟ ଜୁଟାଇବାକୁ ହଜିଯାଇଛି ରାତିର ନିଦ । ଦାଦନ ହେଉ କି ଦିନ ମଜୁରିଆ । ଛୋଟମୋଟ ଚାକିରିଆ ହୁଅନ୍ତୁ ଅବା କ୍ଷୁଦ୍ର ବ୍ୟବସାୟ । ଦୁଇ ପଇସା ଆଣିଲେ ନିମ୍ନ ଓ ମଧ୍ୟବିତ୍ତ ପରିବାର ଚଳେ ।

ପ୍ରଥମ ଲହର ପରେ ଏବେ କରୋନାର ଦ୍ୱିତୀୟ ଲହର ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପଙ୍ଗୁ କରିଦେଇଛି କହିଲେ ଭୁଲ ହେବନି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଓ ଏହାର ଆଖପାଖ ଅଂଚଳରେ ବସବାସ କରୁଥିବା ଅଧିକାଂଶ ପରିବାର ଶ୍ରମଦାନ ଓ ଛୋଟମୋଟ ବ୍ୟବସାୟ କରି ନିଜ ପେଟ ପୋଷିଥାନ୍ତି । ହେଲେ ଲକଡାଉନ୍ ଓ ସଟଡାଉନ୍ ଭଳି ଶବ୍ଦ ତାଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଛି ।

ଚା ଦୋକାନଠୁ ଆରମ୍ଭ କରି ପାନ ଦୋକାନ, ଜଳଖିଆ ଓ ହୋଟେଲଗୁଡିକୁ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଛି । ଫଳରେ ଟ୍ରକ, ବସ୍‌, ଟ୍ୟାକ୍ସି ଓ ଘରୋଇ ଗାଡିର ଡ୍ରାଇଭର ହେଲପର୍‌ମାନେ ଜୀବିକା ହରାଇଛନ୍ତି ।

ଅନ୍ୟପଟେ ବିବାହ ଓ ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ଜାରି ହୋଇଛି ସରକାରୀ ତଥା କରୋନା କଟକଣା । ଫଳରେ ହାତ ବାନ୍ଧି ବସିଛନ୍ତି ଟେଣ୍ଟ. ଲାଇଟ୍‌, ସାଉଣ୍ଡ, ବ୍ୟାଣ୍ଡ ପାର୍ଟି ଓ ଭିଡିଓ ସୁଟିଂ କରୁଥିବା ସଂସ୍ଥାର କର୍ମଚାରୀ । ଏମାନଙ୍କ ରୋଜଗାର ଏକ ପ୍ରକାର ବନ୍ଦ ହୋଇଥିବାବଳେ ଏହି ସଂସ୍ଥା ସହ ଜଡିତ ବ୍ୟକ୍ତିମାନେ ଅସହାୟ ହୋଇପଡିଛନ୍ତି । ଏହି ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here