ସଟ୍ ଡାଉନ୍ ଓ ଲକ୍ ଡାଉନ ନୀୟମ ପାଳନକୁ ନେଇ କେନ୍ଦ୍ରାପଡା ଟାଉନ୍ ପୋଲିସର ଦବଂଗିରି ।

କେନ୍ଦ୍ରାପଡା: କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱବାସୀ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ନୀୟମ ସଟ୍ ଡାଉନ୍ ଓ ଲକ୍ ଡାଉନର ପ୍ରଭାବ ସାଧାରଣ ଗରିବ ଖଟିଖିଆ ଏବଂ ଦିନ ମଜୁରିଆ ମାନଙ୍କ ପେଟକୁ ଲାତ ମାରିଲା ଭଳି ପରିସ୍ଥିତି ସୃଷ୍ଟି କରିଛି । ଛୋଟବଡ ବ୍ୟବସାୟୀ ମାନେ କରୋନାର ଦ୍ୱିତୀୟ ଲହରର ଲକ୍ ଡାଉନ୍ ପାଇଁ ହାତଗୋଡ ବାନ୍ଧି ବସିଥିବା ବେଳେ ଲୋକମାନଙ୍କର ଦୈନାଦିନ ଜୀବନରେ ନିହାତି ଅତ୍ୟାବଶ୍ୟକ ଜିନିଷ ଗୁଡିକ ଯଥା-ମାଛ ମାଂସ ଅଣ୍ଡା ଓ ପନି ପରିବା ସାଧାରଣତଃ ମହଂଗା ପାଲଟିଛି । ଯୋଉଟାକି ଲୋକମାନଙ୍କ ପାଇଁ ଭାରି ପଡିଛି । ଦୋକାନ ବଜାର, ଗାଡି ମୋଟର ବନ୍ଦ୍ ହୋଇଯିବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ଯଦି କାହାଁ ଭାଁ କେହି କୋଉଠି ଗାଁ ଗହଳି ଭିତରେ ଲୁଚିଛପି ମାଛ, କଙ୍କଡା ବିକ୍ରି କରୁଛିତଃ ସେଠି ମଧ୍ୟ ପୋଲିସ ତତକ୍ଷଣାତ୍ ପହଞ୍ଚି ବ୍ୟବସାୟୀ ମାନଙ୍କୁ ଘଉଡାଉଛି । ସେମିତି ଏକ ନଜିର ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ନସିଡିପୁର ମଣି ମନ୍ଦିର ସମ୍ମୁଖରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଜୀବନ ବିକଳେ ପରିବାରର ଭରଣ ପୋଷଣ ନିମନ୍ତେ କିଛି ଗରିବ ଅସହାୟ ବ୍ୟକ୍ତି ବା ମାଛ ବ୍ୟବସାୟୀ ମାଛ ବିକ୍ରି କରିଥିବା ବେଳେ ଅଚାନକ ସେଠାରେ ଟାଉନ ଥାନା ପୋଲିସ ପହଞ୍ଚି ମାଛ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କ ମାଛ ଛଡାଇ ନେଇ ଥାନକୁ ଚାଲିଯାଇଥିଲା ଏବଂ ବିଚରା ଗରିବ ମାଛ ବାଲାଙ୍କୁ ୨ହଜାର ଟଙ୍କା ଲେଖା ଫାଇନ୍ କାଟିଥିଲା ଟାଉନ ପୋଲିସ । ପୋଲିସର ଏପରି ମାନବିକତା ବିହିନ କାର୍ଯ୍ୟ ପାଇଁ ଯାହା ବୋଝ ଉପରେ ଲଳିତା ବିଡା ଭଳି ହୋଇଥିବା ବିଚରା କାନ୍ଦି ଆମ କ୍ୟାମେରା ସମ୍ମୁଖରେ କୁହନ୍ତି କିଛି ଛୋଟମୋଟ ମାଛ ବେବସାୟୀ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here