କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ କୋଭିଡ୍ ହସ୍ପିଟାଲରେ ଭଙ୍ଗାରୁଜା, ୨ ଅଟକ

ନବରଙ୍ଗପୁର,୧୫/୫/( )- ନବରଙ୍ଗପୁର ଗାଦବାଗୁଡା ୧୩ ନମ୍ବର ୱାର୍ଡ ର ସେକ ହୁସେନ କୋରୋନା ପୋଜିଟିଭ ପରେ ଅକ୍ସିଜେନ ସ୍ଥର କମିଯାଇଥିଲା । ତୁରନ୍ତ ଅଧିକ ଚିକିତ୍ସା ପାଇଁ  ନବରଙ୍ଗପୁର କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଶନିବାର ଚିକିତ୍ସା ଧୀନ ଅବସ୍ଥାରେ ହୁସେନଙ୍କ ସନ୍ଧ୍ୟା ସମୟରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ଖବର ପାଇ ଦୁଇ ପୁଅ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚି ଓପିଡ଼ି ରେ ଥିବା ଟେବୁଲ ଚେୟାର ଆଦି ଭଙ୍ଗାରୁଜା କରିଥିଲେ । ଏହା ସମେତ ଶବ ବାହକ ପାଇଁ ନିୟୋଜିତ ଏକ ଚାରିଚକିଆ ଯାନର କାଚ ଭାଙ୍ଗିଥିଲେ ।

ପରେ ଦୁହେଁ କିଛି ସମୟ ପାଇଁ ଅଚେତ ହୋଇଯାଇଥିଲେ । ସୁରକ୍ଷା କର୍ମୀ ସେମାନଙ୍କୁ ପାଣି ଦେବା ପରେ ସେମାନେ ଧୀରେ ଖସି ଆସୁଥିଲେ । ପୋଲିସ ଦୁଇଜଣଙ୍କୁ ଥାନାରେ ଆଣି ପଚରା ଉଚରା କରି  ଛାଡିଛନ୍ତି । ଘଟଣା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ରାମକ।ନ୍ତ ନାୟକ , ସିଡିଏମଓ ଚୌଧୁରୀ ଶୋଭାରଣୀ ମିଶ୍ର , ଉପ ଜିଲ୍ଲାପାଳ ଭାସ୍କର ରାଇତ , ତହସିଲଦାର ରବିନ୍ଦ୍ର କୁମାର ରାଉତ , ପୌର ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ , ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here