ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରହ୍ମଗିରିରେ ଅଖିମୁଠି ଅନୁକୂଳ I

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରହ୍ମଗିରି ବ୍ଲକ ବ୍ରାହ୍ମଣିଆ ପଞ୍ଚାୟତର ବ୍ରାହ୍ମଣିଆ ଗ୍ରାମରେ ଅଖିମୁଠି ଅନୁକୂଳ ବ୍ରହ୍ମଗିରି ବ୍ଲକ କୃଷକ ପରାମର୍ଶ ଦାତ୍ତା କମିଟିର ଅଧ୍ୟକ୍ଷ ଜମ୍ବେଶ୍ୱର ସାହୁଙ୍କ କରକମଳରେ ସମାପିତ ହୋଇଛି । ଅଖିମୁଠି ଅନୁକୂଳ କରି ଉପସ୍ଥିତ ଥିବା ଚାଷୀ ପ୍ରତିନିଧି ମାନେ ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥ ଓ ଅଲାରନାଥଙ୍କ କୃପାରୁ ଭଲ ଫସଲ ଉପ୍ତାଦନର ଆଶା ପୋଷଣ କରିଛନ୍ତି ।

ଏହି ଅବସରରେ ଚାଷୀ ପ୍ରତିନିଧି ପୂର୍ଣଚନ୍ଦ୍ର ପଲାଇ,ଲଲାଟ ସ୍ୱାଇଁ,ସୁକାନ୍ତ ନାୟକ,ସରମ୍ପଞ୍ଚ ଶ୍ରୀମତୀ ବବିତା ସ୍ୱାଇଁ,ସମିତି ସଦସ୍ୟ ଯୁଧିଷ୍ଠିର ନାୟକ,ଦେବରାଜ ମହାପାତ୍ର,କୃଷ୍ଣଚନ୍ଦ୍ର ରାଉତ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ଚାଷୀକୁଳର ମଙ୍ଗଳ କାମନା କରିବା ସହିତ ଅନୁକୂଳ ପାଗ ଯୋଗୁ ଭଲ ଫସଲ ଉପ୍ତାଦନ ହେବ ବୋଲି ଆଶା ପୋଷଣ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here