ଜଗତସିଂହପୁରରେ ଛାତ ଉପରେ ପଦ୍ମ ଫୁଲ ଚାଷ କରି ଚର୍ଚ୍ଚାରେ ମଧୁସ୍ମିତା।

ଛାତ ଉପରେ ପୁଣି ପଦ୍ମ ଫୁଲ ଚାଷ ପୁଣି  ଜଗତସିଂହପୁର ପୋୖରାଞ୍ଚଳରେ  ଏହାସୁଣି ଆଶ୍ଚର୍ଯ୍ୟ ଲାଗୁଥିବ।ବାସ୍ତବରେ ଜଗତସିଂହପୁର ପୋୖରାଞ୍ଚଳର ପୋଟଳ ଗ୍ରାମର ଜଣେ ଗୃହିଣୀ ନିଜ ଛାତ ଉପରେ ପଦ୍ମ ଫୁଲ ସହିତ ଅନେକ ପ୍ରକାର ଫୁଲ ଗଛ ଚାଷ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ସୂଚନା ଅନୁସାରେ ଜଗତସିଂହପୁର ପୋୖରାଞ୍ଚଳର ପୋଟଳ ଗ୍ରାମର ସଞ୍ଜୟ ସାହୁଙ୍କ ପତ୍ନୀ ମଧୁସ୍ମିତା ସାହୂ ନିଜ ଉଦ୍ୟମରେ ଗତବର୍ଷ କରୋନା ସମୟରୁ ଘରେ ରହି  ଛାତ ଉପରେ  କୁଣ୍ଡ ପ୍ରସ୍ତୁତ କରି ଫୁଲ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ।ଏହି ବଗିଚାରେ ପଦ୍ମ ଫୁଲ ସହିତ ତିନି ଶହ ପ୍ରକାରର ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ଚାଷକରି ଜଗତସିଂହପୁର ଜିଲାରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।ମଧୁସ୍ମିତା ତାଙ୍କ ସ୍ୱାମୀ ସଂଜୟଙ୍କ ସହାୟତାରେ ବିଭିନ୍ନ ସ୍ଥାନରୁ ବହୁ ଦାମୀ ଫୁଲ ଗଛ ଆଣି ଗଛ ଗୁଡ଼ିକର ଯତ୍ନ ନେଇଥାନ୍ତି।ସେ ପୂର୍ବରୁ ବିଭିନ୍ନ ମନ୍ଦିର ଏବଂ ଗାଁ ମନ୍ଦିର ରେ ବିଭିନ୍ନ ଫୁଲଗଛ ଲଗାଇ ଛନ୍ତି।ମଧୁସ୍ମିତା ଙ୍କ କହିବା କଥା ବର୍ତ୍ତମାନ ପରିବେଶ ସୁସ୍ଥ ରଖିବା କୁ ହେଲେ ବୃକ୍ଷ ରୋପଣ ର ଆବଶ୍ୟକତା ଅଛି।ତେବେ ଆଗକୁ ଛାତ ଉପରେ ଫଳ ଗଛ ଲଗାଯିବାର ମଧ୍ୟ ବ୍ୟବସ୍ଥା କରାଯାଉଛି।ପତ୍ନୀଙ୍କୁ ଏହି ଫୁଲ ଚାଷରେ ସ୍ୱାମୀ ସଂଜୟ ମଧ୍ୟ ପାରୁପର୍ଯ୍ୟନ୍ତ ସହାୟତା କାରିଥାନ୍ତି।ତେବେ  ମଧୁସ୍ମିତ ଓ ସଂଜୟ ଙ୍କ ଫୁଲ ଚାଷକୁ ଗ୍ରାମବାସୀ, ବନ୍ଧୁ ବାନ୍ଧବ ତଥା ଜନସାଧରଣରେ ବେଶ ପ୍ରଶଂସା କରିଛନ୍ତି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here