ପିପିଲି ଥାନାରେ ବରିଷ୍ଠ ନାଗରିକ ସୁରକ୍ଷା ସେଲ ସ୍ଥାପନ :

ବରିଷ୍ଠ ନାଗରିକ ମାନେ ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ଟର କନ୍ୱର୍ ବିଶାଳ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଥାନାରେ ବରିଷ୍ଠ ନାଗରିକ ସୁରକ୍ଷା ସେଲ ସ୍ଥାପନ କରାଯାଇଛି । ଆଜି ଏହି ସେଲ ର ନୋଡାଲ ଅଫିସର ସଂଘମିତ୍ରା ଚାନ୍ଦ ଙ୍କ ଅନୁପସ୍ଥିତିରେ ଥାନା ର ମହିଳା ଉପ ଆରକ୍ଷୀ ନିରୀକ୍ଷକ ସୁରମା ସ୍ୱାଇଁ ଓ ମହିଳା ଗୃହରକ୍ଷୀ ଗୌରୀ ବେହେରା ପିପିଲି ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମ କୁ ଯାଇ ବରିଷ୍ଠ ନାଗରିକ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଓ ସେମାନଙ୍କର ହାନିଲାଭ ବୁଝିଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ଓ ପିପିଲି ଉପଖଣ୍ଡ ର ଅନ୍ୟାନ୍ୟ ଥାନା ଗୁଡିକରେ ଏହାକୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ କରାଯିବ ବୋଲି ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳ ପ୍ରକାଶ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here