ଭୟ କଲେ କରୋନା ଅଧିକ କ୍ଷତି ଘଟାଇବ, କରୋନା ରୋଗୀଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ:

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବେ ସଙ୍ଗୀନ ଥିବା ବେଳେ କରୋନା କୁ ନେଇ ଏବେ ପୁରା ରାଜ୍ୟ ବାସୀ ଭୟଭତ ଅଛନ୍ତି । ଏହାରି ମଧ୍ୟରେ ଯେଉଁମାନେ କରୋନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ସେମାନେ ମଧ୍ୟ ଶାରୀରିକ ସ୍ତରରେ ଦୁର୍ବଳ ହେବା ସହିତ ମାନସିକ ସ୍ଥରରେ ମଧ୍ୟ ଦୁର୍ବଳ ହୋଇ ପଡୁଛନ୍ତି ଯାହା ଏବେ ପ୍ରମୁଖ ସମସ୍ୟା ପାଲଟିଛି ।

ଏଭଳି ସ୍ଥିତିରେ କରୋନା ରୋଗୀଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇଛନ୍ତି ଏସସିବିର ମାନସିକ ରୋଗ ବିଶେଷଜ୍ଞ ଡା. ଶାରଦା ସ୍ୱାଇଁ । ଭୟ କରିବା ଦ୍ୱାରା ମଣିଷ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ହ୍ରାସ ପାଇଥାଏ ଓ କରୋନା ଭଳି ଭୟଙ୍କର ଭୂତାଣୁ ଅତି ସହଜରେ ମଣିଷର କ୍ଷତି ମଧ୍ୟ ଘଟାଇଥାଏ ତେଣୁ ଆଦୌ ଭୟ ନକରି ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଔଷଧ ସେବନ କଲେ କରୋନା ଠାରୁ ଅତି ସହଜରେ ଆରୋଗ୍ୟ ଲାଗ କରିହେବ ।

ଡା. ସ୍ୱାଇଁଙ୍କ ଅନୁଯାଇ ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ ଓ ୱାକିଂ କରିବା ଉଚିତ । ମାନସିକ ରୋଗୀ କରୋନା ଆକ୍ରାନ୍ତ ହେଲେ ଉଭୟ ଔଷଧ ଖାଇପାରିବେ । କରୋନା ପାଇଁ ଔଷଧ ଓ ମାନସିକ ରୋଗ ପାଇଁ ଔଷଧ ଖାଇପାରିବେ । ମାନସିକ ରୋଗୀ ମଧ୍ୟ ଟିକା ନେଇପାରିବେ ।

ରାଜ୍ୟରେ ଏବେ କରୋନା ଗ୍ରାପ ସଭିଙ୍କ ଭୟ ବଢାଇଥିବା ବେଳେ କରୋନାରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ମନବଳ ମଧ୍‌ୟ ଭାଙ୍ଗି ଦେଉଛି ଯାହା ଫଳରେ ଏବେ ଗତ କିଛଇ ଦିନ ହେବ ରାଜ୍ୟରେ ମୃତ୍ୟୁ ହାର ମଧ୍ୟ ଅଧିକ ଦେଖିବାକୁ ମିଳୁଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here