ଖବର ସଂକ୍ଷେପ ରେ…… ତାରିଖ ୦୮/୦୫/୨୧, ଶନିବାର (NEWS IN BULLETS)

୧-ମାଟ୍ରିକ୍ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ବୋର୍ଡର ଅନୁମୋଦନ, ନବମ ଓ ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ। ଜୁନ୍ ୩୦ ସୁଦ୍ଧା ମାଟ୍ରିକ ଫଳ।

୨- ଭୁବନେଶ୍ୱରରେ ପହଞ୍ଚିଲା ୧୫ ପେଟି କୋଭାକ୍ସିନ ଟିକା।

୩-ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ନୌସେନା ଦ୍ଵାରା ପ୍ରତିଷ୍ଠା ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ସେବା କେନ୍ଦ୍ର।

୪-+୨ ନାମଲେଖା ପାଇଁ ହୋଇପାରେ ପ୍ରବେଶିକା ପରୀକ୍ଷା। ସରକାରୀ ସ୍ତରରେ ଚାଲିଛି ବିଚାର ବିମର୍ଶ।

୫-ରାଜ୍ୟରେ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ, ସବୁ ସ୍ୱାସ୍ଥ୍ୟକର୍ମୀ ଓ ନର୍ସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ।

୬-ମୋହନା: ବିବାହ ଶୋଭାଯାତ୍ରା ବନ୍ଦ କରି ମାଡ଼ ଖାଇଲେ ଆର ଉଦୟଗିରି ତହସିଲଦାର।

୭-ଦଶମ ମୂଲ୍ୟାୟନ ପାଇଁ ତାଲାବନ୍ଦରେ ଯାଇପାରିବେ ଶିକ୍ଷକ।

୮-ଭୁବନେଶ୍ୱର: ଦୁଗ୍ଧ ସଂଗ୍ରହ କମାଇବାକୁ ଓମଫେଡର ନିର୍ଦ୍ଦେଶ, ଦୁର୍ଦ୍ଦଶାରେ ୧୦ଲକ୍ଷ ଦୁଗ୍ଧ ଚାଷୀ।

୯-ଆସନ୍ତା ୧୦ ପର୍ଯ୍ୟନ୍ତ ରାଜ୍ୟରେ ହେବ କାଳବୈଶାଖୀ ବର୍ଷା, ୧୮ ଜିଲ୍ଲାକୁ ଆଲର୍ଟ ଜାରି।

୧୦-ଭଦ୍ରକ:ଦୋକାନ ପଛ କବାଟ ଖୋଲି ଚାଲିଥିଲା ବେପାର, ମାଡି ବସିଲା ଏନଫୋର୍ସମେଣ୍ଟ୍ ଟିମ୍, ଲାଗିଲା ୫୦ ହଜାର ଫାଇନ୍, ଦୋକାନ ହେଲା ସିଲ୍।

୧୧-ମଧ୍ୟାହ୍ନ ଭୋଜନ ବାବଦରେ ମିଳିବ ଚାଉଳ ଓ ଟଙ୍କା।୨୦୨୧-୨୨ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟରେ ଜୁନ୍‌ ୩୦ ପର୍ଯ୍ୟନ୍ତ ୩୭ ଦିନର ମଧ୍ୟାହ୍ନଭୋଜନ ଦିଆଯିବ।

୧୨-ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ: ଅକ୍ସିଜେନ୍ ମାତ୍ରା ୯୪ରୁ ଖସିଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ, ପେଟ ମାଡି ଶୋଇବା ବା ପେଟେଇ ଶୋଇବା ଦ୍ଵାରା ଅକ୍ସିଜେନ୍ ସ୍ତର ବୃଦ୍ଧି ପାଇଥାଏ।

୧୩-ଚେନ୍ନାଇ: ମୁଖ୍ୟମନ୍ତ୍ରୀ ହେଲେ ଷ୍ଟାଲିନ୍ । ପୁଡୁଚେରୀରେ ଶପଥଗ୍ରହଣ କଲେ ରଙ୍ଗାସ୍ବାମୀ।

“ଆଜି ରେଡ଼କ୍ରସ ଦିବସ ରବିନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ”

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here