ଖବର ସଂକ୍ଷେପ ରେ…… ତାରିଖ ୦୬/୦୫/୨୧, ଗୁରୁବାର (NEWS IN BULLETS)

୧-ସାରା ଓଡ଼ିଶାରେ ପଡ଼ିଲା ତାଲା। ରାସ୍ତାଘାଟ ଶୂନଶାନ୍, ଜରିମାନା ଗଣିଲେ ଅମାନିଆ।

୨-କରୋନା ଲଢେଇ ପାଇଁ ଆରବିଆଇର ବଡ଼ ସହାୟତା । ଟିକା ନିର୍ମାତା ଓ ହସ୍ପିଟାଲର ଭିତ୍ତିଭୁମି ସୁଧାର ପାଇଁ ୫୦ହଜାର କୋଟି ଟଙ୍କାର ମିଳିବ ଋଣ, ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

୩-ସାଲେପୁର ସବ୍‌ଜେଲରେ କରୋନା ଭୟ, ୧୩ ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟ।

୪-ଭୁବନେଶ୍ୱର:ଖସିଛି ପାରଦ,୯ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା।

୫-ମୋବାଇଲ୍‌ ନମ୍ବରରେ 100 କୁ ଡାଏଲ୍‌ କରି ରାଜଧାନୀରେ ପାଆନ୍ତୁ ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି।

୬-ଚାନ୍ଦବାଲି:ଲକଡାଉନରେ ମହଙ୍ଗା ପଡିଲା ଭୋଜିଭାତ, ସାଙ୍ଗସାଥିଙ୍କୁ ଖାଇବାକୁ ଦେଇ ଗଣିଲେ ୧୦ହଜାର ଟଙ୍କା ଫାଇନ।

୭-ଲକ୍‌ଡାଉନ୍‌ ଆରମ୍ଭ ହେଉ ହେଉ ବଢ଼ିଲା ଦରଦାମ, ଆଳୁ ପିଆଜ କିଲୋ ପିଛା ୫ ଟଙ୍କା କଷୁଛନ୍ତି ଦୋକାନୀ

୮-ଭୁବନେଶ୍ୱର: ଟୀକା କେନ୍ଦ୍ରରେ ଠେଲାପେଲା, ସବୁବର୍ଗ ପାଇଁ ସ୍ଲଟ ବୁକିଂ ବାଧ୍ୟତାମୂଳକ।

୯-ବନ୍ଦ ହୋଇଯାଇଥିବା ୭୭୭୨ ସ୍କୁଲ ଶୀଘ୍ର ଖୋଲାଯାଉ: ଓଡ଼ିଶା ଅଭିବାବକ ମହାସଂଘ।

୧୦-କମିଶନରେଟ ପୋଲିସ ହାତରେ ଧରାପଡିଲେ “କଟୁରୀ ଗ୍ୟାଙ୍ଗ”, ମର୍ଣ୍ଣିଙ୍ଗ ୱାକ କରୁଥିବା ଲୋକଙ୍କୁ କରୁଥିଲେ ଟାର୍ଗେଟ।

୧୧-କରୋନା ରୋଗୀଙ୍କ ପାଇଁ ବଡ ଆଶ୍ଵସ୍ତି ! ରେଲଓ୍ଵେ ପ୍ରସ୍ତୁତ କଲା ୭୦ ହଜାର ଆଇଲୋସେନ ବେଡ୍।

୧୨-ପଶ୍ଚିମବଙ୍ଗରେ ପୁଣି ଚାଲିବ ଦିଦିଗିରି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି।

୧୩-କରୋନା ବିରୋଧରେ ଭାରତୀୟ ନୌସେନାର ‘ଅପରେଶନ ସମୁଦ୍ର ସେତୁ’, ତରଳୀକୃତ ଅକ୍ସିଜେନ ସହିତ ଭାରତ ପହଞ୍ଚିଲା INS ତଲବାର।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here