ଜଗତସିଂହପୁର ଜିଲ୍ଲାରେ ସାମ୍ବାଦିକଙ୍କ କୋଭିଡ ଟୀକାକରଣ।

ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା କାର୍ଯ୍ୟ ରତ ସାମ୍ବାଦିକ ମାନଙ୍କୁ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ପ୍ରତେଖ୍ୟ ତତ୍ୱବଧାନରେ ଜଗତସିଂହପୁର ଜିଲ୍ଲାରେ କୋଭିଡ ଟୀକାକରଣ ଅନୁଷ୍ଠିତ ହୋଇଯାଇଛି।ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଓ ପାରାଦ୍ୱୀପ ସ୍ଥିତ ପୋର୍ଟ ହସ୍ପିଟାଲ ଠାରେ ଟୀକା କାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜି ସୁଦ୍ଧା ଜିଲାରେ 149 ଜଣ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମଧ୍ୟରୁ114 ଜଣଙ୍କୁ କୋଭିଡ ଟୀକାକରଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ବିଜୟା ପଣ୍ଡା,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡକ୍ଟର ପ୍ରମୋଦ କୁମାର ବାରିକ, ଏଡିଏମଓ ମେଡ଼ିକାଲ ଡକ୍ଟର ଅଜୟ କୁମାର ସ୍ବାଇଁ, ଡିପିଏମ ଚକ୍ରଧର ଜେନା,ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟନାୟକ, ଡେ଼ପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ପାରାଦ୍ୱୀପ ପୋର୍ଟ ହସ୍ପିଟାଲ ର ମେଡ଼ିକାଲ ଅଫିସର ଡାକ୍ତର ରୁନୁ ସିଂହ,ଡେ଼ପୁଟି ସିଏମଓ ଦୁର୍ଗା ପ୍ରସାଦ ସେଠି, ସିଏମଓ ଡକ୍ଟର ପ୍ରହଲ୍ଲାଦ ପଣ୍ଡା ପ୍ରମୂଖ ଉପସ୍ଥିତ ରହି ଟୀକାକରଣ କାର୍ଯ୍ୟ ପରିଚାଳନା କରିଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here