ଡାବୁଗାଁ ଡୁମୁଣିଗୁଡ଼ା ଜଙ୍ଗଲ ରୁ ଝୁଲନ୍ତା ଶବ ଉଦ୍ଧାର I

ଡାବୁଗାଁ, ୬/୫  –  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡୁମୁଣିଗୁଡା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ  ଏକ ମୃତଦେହ ଉଦ୍ଧାର କରିଛି ଡ଼ାବୁଗାଁ ପୋଲିସ | ଡୁମୁଣିଗୁଡା ଜଙ୍ଗଲରୁ ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଡୁମୁଣିଗୁଡ଼ା ଜଙ୍ଗଲରେ ଆଜି ସକାଳେ ଏକ ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି | ଏଥି ପୂର୍ବରୁ ସୋସିଆଲ ମିଡ଼ିଆ ରେ ଝୁଲନ୍ତା ଶବ ଡାବୁଗାଁ ଅଞ୍ଚଳ ରେ ଘଟିଥିବା ଫଟୋ ଚାରି ଆଡ଼େ ଘୁରିବୁଲୁଥିଲା । ମୃତ ବ୍ୟକ୍ତିର ପରିଚୟ ଜଣା ପଡ଼ି ନ ଥିବାବେଳେ ପାରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ଦୁଇରୁ ତିନି ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି | ଖବର ପାଇ ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି | ତେବେ ଏହା ଆତ୍ମହତ୍ୟା ନା କେହି ହତ୍ୟା କରି ଜଙ୍ଗଲରେ ମୃତ ଦେହ ଝୁଲାଇଦେଇଛନ୍ତି ,ତାହା ବର୍ତ୍ତମାନ ପୁଲିସ ତଦନ୍ତ କରୁଛି | ଶବ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ଡ଼ାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛି ।                                     

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା, Odisha1. TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here