ରାଜ୍ୟରେ କରୋନା ପଜିଟିଭ୍ଂକ ସଂଖ୍ୟା କେତେ ବଢି ବଢି ଚାଲିଛି ଜାଣନ୍ତୁ

ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୫.୫.୨୦୨୧ ଆଜି ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୫୨୧ନୂଆ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୫ହଜାର ୯୪୫ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୪ହଜାର ୫୭୬ । ସେହିପରି ଆଉ ୧୭ ଜଣଙ୍କ ଜୀବନ ନେଇଛି ମହାମାରୀ । ହଟସ୍ପଟ ତାଲିକାରେ ଥିବା ଖୋର୍ଦ୍ଧାରୁ ପୁଣି ହାଜର ପାର୍ କରିଛି ଆକ୍ରାନ୍ତ ସଂଖ୍ୟା । ଖୋର୍ଦ୍ଧାରୁ ୧୪୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାକି ଜିଲ୍ଲା ଉପରେ ଯଦି ନଜର ପକାଇବା, ତାହେଲେ ସୁନ୍ଦରଗଡ଼ରୁ ୧୧୮୬, କଟକରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪, ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ବଲାଙ୍ଗୀରରୁ ୩୧୪, ଝାରସୁଗୁଡ଼ାରୁ ୩୧୪, ନୂଆପଡ଼ାରୁ ୩୦୪, ମୟୂରଭଞ୍ଜରୁ ୨୮୮, ଷ୍ଟେଟ୍ ପୁଲରୁ ୨୮୨, ବୌଦ୍ଧରୁ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ନୟାଗଡ଼ରୁ ୨୨୪, ଜଗତସିଂହପୁରରୁ ୨୧୭, ଗଞ୍ଜାମରୁ ୧୯୬, କେନ୍ଦୁଝରରୁ ୧୯୪, କୋରାପୁଟରୁ ୧୮୨, ଭଦ୍ରକରୁ ୧୫୮, ରାୟଗଡ଼ାରୁ ୧୪୦, କେନ୍ଦ୍ରାପଡ଼ାରୁ ୧୨୧, ଗଜପତିରୁ ୧୧୩, ସୋନପୁରରୁ ୧୧୨, ବାଲେଶ୍ବରରୁ ୯୭, ଦେବଗଡ଼ରୁ ୮୮, ଢେଙ୍କାନାଳରୁ ୮୮, ମାଲକାନଗିରିରୁ ୮୩ ଓ କନ୍ଧମାଳରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆମର ପାଠକଂକୁ ଅନୁରୋଧ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ ,ମାସ୍କ ଏବଂ ସାନିଟାଇଜର୍ ବ୍ୟବହାର କରନ୍ତୁ

Report made by Sthita Pattnaik

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here