ମୋବାଇଲ୍ ମେସେଜ୍ ଆସିନଥିଲେ ଟିକାକରଣ ପାଇଁ ଯାଆନ୍ତୁନାହିଁ।

ଭୁବନେଶ୍ୱର ୦୬/୦୫ : ବିନା ମୋବାଇଲ୍ ମେସେଜ୍ ବା ପୂର୍ବ ସୂଚନାରେ କୋଭିଡ୍ ଟୀକାଦାନ କେନ୍ଦ୍ରକୁ ନଆସିବାକୁ ଲୋକଙ୍କୁ ସଚେତନ କରାଯାଉଛି। ମୋବାଇଲ ଫୋନରେ ମେସେଜ ନଆସିଥିଲେ କିମ୍ବା ପୂର୍ବ ସୂଚନା ନଥିବା କୌଣସି ବ୍ୟକ୍ତି ଆଉ ଟିକା କେନ୍ଦ୍ରକୁ ଆସିବେ ନାହିଁ । ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଭିଡ୍ ନିୟମ ଅନୁପାଳନ, ଟିକାଦାନ, କୋଭିଡ୍ ଟେଷ୍ଟିଂ ଓ ସ୍ୱାସ୍ଥ୍ୟ ସେବାର ସମୀକ୍ଷା ବେଳେ ସକଡାଉନ୍‌ ନିୟମ କଡ଼ାକଡ଼ି ପାଳନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପୋଲିସ ଓ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ୍‌ ବେଳେ ଟିକାକରଣ ଜାରି ରହିଛି। ତେବେ ବିନା ପୂର୍ବ ସୂଚନାରେ କେହି ବି ଭ୍ୟାକ୍ସିନେସନ ସେଣ୍ଟର ଯାଇ ଅଯଥା ଭିଡ଼ ନ କରିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here