ପିପୁଲ ଫର ସ୍ମାଇଲର ରକ୍ତଦାନ ଶିବିର ୩୨ ୟୁନିଟ ରକ୍ତ ସଂଗ୍ରହ : କମାକ୍ଷାନଗର

କମାକ୍ଷାନଗର,୦୪/୦୫:ବର୍ତ୍ତମାନ ବିଶ୍ୱ ମହାମାରୀ କରୋନା ପରିସ୍ଥିତିରେ ରାଜ୍ୟରେ ରକ୍ତ ଅଭାବ ଥିବାବେଳେ ଆଗକୁ ଆହୁରି ରକ୍ତ ଅଭାବ ହେବ ।କାରଣ କରୋନାପାଇଁ ଟୀକା ଚାଲିଛି ଆଉ ଟୀକା ନେବାପରେ ୩ମାସ ରକ୍ତଦାନ କରିପାରିବେ ନାହିଁ। ଏଭଳିଆ ପରିସ୍ଥିତି ଥିବାରୁ ଢେଙ୍କାନାଳ ଜିଲ୍ଲାର କମାକ୍ଷାନଗର ନୂଆଁ କଲ୍ୟାଣ ମଣ୍ଡପ ଠାରେ ଆଜି କମାକ୍ଷାନର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପିପୁଲ ଫର ସ୍ମାଇଲର ରକ୍ତଦାନ ଶିବିର ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।କୋଭିଡ ୧୯ ନିୟମ କୁ ମାନୀ ହୋଇଥିବା ରକ୍ତଦାନ ଶିବିରରେ ପର୍ଯ୍ୟ।ୟକ୍ରମେ ଅତିଥି ଭାବରେ କମାକ୍ଷାନଗର ଉପଜିଲ୍ଲାପାଳ ଇଂ ବିଷ୍ଣୁପ୍ରସାଦ ଆଚର୍ଯ୍ୟ ଉପସ୍ଥିତ ରହି କହିଥିଲେ ଏଭଳିଆ ପରିସ୍ଥିତିରେ ରକ୍ତଦାନ ଗୋଟିଏ ମହାନ କାମ ।ଟୀକା କରଣ ସମୟରେ ରକ୍ତଦାନ କୁ ସେ ପ୍ରଶଂସା କରିଥିଲେ ।ଅନ୍ୟତମ ଅତିଥି ଭାବରେ କମାକ୍ଷାନଗର ଥାନା ଅଧିକାରୀ ଅଭିନବ ଡାଳୁଆ ଉପସ୍ଥିତ ରହି ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ଅଭିନନ୍ଦନ ଜଣାଇବା ସାଙ୍ଗକୁ ଆୟୋଯକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।କମାକ୍ଷାନଗର ତହସିଲଦାର ସଞ୍ଜୟ ରାଉତ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ମଧ୍ୟ ପହଂଚି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଏହା ମହାନ କାମ ବୋଲି କହିଥିଲେ ।ଏଠାରେ ଅନ୍ୟତମ ଅତିଥି ଭାବରେ ଥାନାର ଏସଆଇ ସୁଜ୍ଞାନ ବାରିକ,ବରିଷ୍ଠ ସାମ୍ବାଦିକ ସୁଧୀର କୁମାର ପରିଡା,କମାକ୍ଷାନଗର ମେଡ଼ିକାଲ ସିନିଅର ଟେକନିଶିଆନ ବିଜୟ ସେନାପତି,ସାମ୍ବାଦିକ ସଙ୍ଘ ସଭାପତି ହିମାଂଶୁ ଶେଖର ମହାପାତ୍ର,କଙ୍କଡାହାଡ଼ ସମ୍ବାଦ ପ୍ରତିନିଧି ବିଦ୍ୟସିହ ଦେହୁରୀ, ରକ୍ତଦାତା ସୁମନ୍ତ ଜେନା,ପିପୁଲ ଫର ସ୍ମାଇଲର ଦେବିଦତ ମହାପାତ୍ର,ସାମ୍ବାଦିକ ରକେଶ ଦେହୁରୀ, ସଦାଶିବ ସେଠୀ, ହୃଦୟ ବଲହବ ମିଶ୍ର, କ୍ୟାମେରା ମ୍ୟାନ ରିତେଶ ବ୍ରହ୍ମା,କଣ୍ଠ ଶିଳ୍ପୀ ଶାନ୍ତି ସ୍ୱରୂପ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଥିବାବେଳେ ।ପରିଚାଳନାରେ ସହଯୋଗ କରିଥିଲେ ରିତେଶ ବ୍ରହ୍ମା, ପ୍ରିୟାଂସୁ ଦାସ, ହ୍ରୁଶିକେସ ସାହୁ, ପ୍ରୀତିରଞ୍ଜନ ବାରିକ,ରିତେଶ ଦେହୁରୀ, ଅଜୟ ସାହୁ,ତ୍ରିଶ।ଲ ସାହୁ,ତାପସ ବିଶ୍ବାଳ, ହରିଶ ବେହେରା ।ଢେ଼ଙ୍କାନାଳ ବ୍ଲଡ଼ ବ୍ୟାଙ୍କର ରକ୍ତ ସଂଗ୍ରହ କରିଛନ୍ତି ଲାବୋରଟେରୀ ଇନଚାର୍ଜ ପରମା ନନ୍ଦ ପଣ୍ଡା,ରୋହିତ କୁମାର ଦାସ,ସୌଭାଗ୍ୟ ରଞ୍ଜନ ମିଶ୍ର, ବରୁଣ ସାହୁ,ତପନ ଜେନା,ଅଜୟ ସ୍ୱାଇଁ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here