ଖବର ସଂକ୍ଷେପ ରେ…… ତାରିଖ ୦୨/୦୫/୨୧, ରବିବାର (NEWS IN BULLETS)

୧-ଜୁନ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ। ଇଣ୍ଟରନାଲ ଓ କ୍ଲାସ୍ ପରୀକ୍ଷା ଆଧାରରେ ଫଳ ନିର୍ଦ୍ଧାରଣ ହେବ।

୨-କାମ ଦେଉନି ସପ୍ତାହାନ୍ତ ସଟଡାଉନ୍‌ କି ନାଇଟ୍‌ କର୍ଫ୍ୟୁ,ଚିନ୍ତା ବଢାଉଛି ରାଜଧାନୀ।ଏବେ ୨ ହଜାର ମୁହାଁ ହେଲାଣି ଦୈନିକ ସଂକ୍ରମଣ। ୫ ମେ ରୁ ୧୯ ମେ ଲକଡାଉନ୍ ।

୩-ଆସନ୍ତା ସପ୍ତାହରେ ବାତ୍ୟା ସମ୍ଭାବନା ! ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ନେବ ବାତ୍ୟାର ରୂପ, ୧୩-୧୪ରେ ଛୁଇଁପାରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ।

୪-ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ନିର୍ଦ୍ଦେଶ।

୫-ଦଶମ ଶ୍ରେଣୀ ମୂଲ୍ୟାୟନକୁ ନେଇ ଗଣଶିକ୍ଷା ବିଭାଗର ନିର୍ଦେଶ।ଯେଉଁ ପଦ୍ଧତିରେ ମୂଲ୍ୟାୟନ କଲେ ଅଧିକ ସ୍ବଚ୍ଛ ହେବ ତାକୁ ଆପଣାଇବାକୁ ବିଭାଗ ପକ୍ଷରୁ ବୋର୍ଡକୁ ନିର୍ଦେଶ ଦିଆଯାଇଛି।

୬-୨୪ ଘଣ୍ଟା ପାଇଁ ୧୬ ଜିଲ୍ଲାକୁ ଝଡ଼ବର୍ଷାର ସତର୍କ ସୂଚନା ଜାରି।

୭-ରାଜ୍ୟରେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଛି କରୋନା, ପୁଣି ଜଣେ ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କର କରୋନାରେ ପରଲୋକ।

୮-କିସ୍‌ ରଗ୍‌ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ମିଳିଲା ଦାଦା ସାହେବ ଫାଲ୍‌କେ ପୁରସ୍କାର।

୯-୧୮-୪୪ ବୟସ୍କଙ୍କ ପାଇଁ ଗତ ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ, ଲକ୍ଷଣ ଦେଖିବା କ୍ଷଣି ତୁରନ୍ତ ଟେଷ୍ଟ କରାନ୍ତୁ: BMC କମିଶନର।

୧୦-ଆଜି ଦିନ ୧୦ଟାରେ କରୋନାକୁ ନେଇ ବଡ଼ ଘୋଷଣା କରିବେ ରାଜ୍ୟ ସରକାର।

୧୧-ଦୁଇ ଚକିଆ ଇଲେକ୍ଟ୍ରିକ୍‌ ବାଇକ୍‌ ବଜାରରେ ପ୍ରବେଶ କରିବ ହୋଣ୍ଡା, ୪ଟି ମଡେଲ୍‌ରେ ହେବ ଉପଲବ୍ଧ।

୧୨-ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌, ଟ୍ବିଟ୍‌ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌।

୧୩-ଦୈନିକ ସଂକ୍ରମଣର ନୂଆ ବିଶ୍ୱ ରେକର୍ଡ କଲା ଭାରତ ।୨୪ ଘଂଟାରେ ୪ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୫ ଶହରୁ ଅଧିକ ମୃତ ।

୧୪-ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ.

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here