ଖବର ସଂକ୍ଷେପ ରେ…… ତାରିଖ ୦୧/୦୫/୨୧, ଶନିବାର (NEWS IN BULLETS)

୧-ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ । ମେ ଓ ଜୁନ ମାସରେ ଅତିରିକ୍ତ ଚାଉଳ ଯୋଗାଇବାକୁ ଘୋଷଣା ।

୨-ଓଡିଶା କିଣିଥିବା ଦେଢ ଲକ୍ଷ ଡୋଜ୍ କୋଭାକ୍ସିନ ଓଡିଶାରେ ପହଞ୍ଚିଲା।ମେ ୩ ତାରିଖ ସୋମବାରରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହେବ ଟିକାକରଣ।

୩-୩୬ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍‌ ଅଭିଯାନ ପାଇଁ ୫ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

୪-ଆସନ୍ତା ସୋମବାର ଠାରୁ ୨ଟା ପରେ ବନ୍ଦ ରହିବ ଦୋକାନ ବଜାର, ରାଜ୍ୟ ବ୍ୟବସାୟୀ ମହାସଂଘର ନିଷ୍ପତ୍ତି।

୫-କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର । କୋଭିସିଲ୍ଡ ଟିକାର ୨୫ ଲକ୍ଷ ଡୋଜ୍ ଏକାଥରକେ ଯୋଗାଇବାକୁ ଦାବି କଲା ଓଡିଶା।

୬-ଶନିବାର ଓ ରବିବାର ଦିନ ଯାଜପୁର ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ, ଘୋଷଣା କଲେ ଜିଲ୍ଲାପାଳ।

୭-କଟକରେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ପଦକ୍ଷେପ, ଆସନ୍ତା ୩ରୁ ୧୮ତାରିଖ ଯାଏଁ ଅପରାହ୍ନ ୨ଟା ପରେ ଦୋକାନ ବଜାର ବନ୍ଦ

୮-ଅନୁଗୁଳ: ପୁଣି ଚାଲିବ ଟିଟିପିଏସ୍‌, ନିଯୁକ୍ତି ପାଇବେ ପ୍ରାୟ ୯ ଶହ ଠିକା କର୍ମଚାରୀ।

୯-ପାତ୍ରପୁର ବ୍ଲକ ଜରଡ଼ାଗଡ଼ ଗ୍ରାମର ଶିକ୍ଷକ ରାମ ଗୋପାଳ ପାଢ଼ୀ:ଏହି ଶିକ୍ଷକ ବାଣ୍ଟୁଛନ୍ତି କରୋନା ସଚେତନତାର ବାର୍ତ୍ତା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଟ୍ୱିଟ କରି କଲେ ପ୍ରଶଂସା।

୧୦-ଆଜିଠୁ ୧୫ ତାରିଖ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ।

୧୧-କୋଭିଡ-୧୯ ମୁକାବିଲା: ସେନାବାହିନୀକୁ ଜରୁରିକାଳୀନ ଆର୍ଥିକ କ୍ଷମତା ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ।

୧୨-କରୋନା ନେଇଗଲା ୩ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ । ଆଜତକର ବରିଷ୍ଠ ସାମ୍ବାଦିକ ରୋହିତ ସରଦନା, ପୂର୍ବତନ ଆଟରନି ଜେନେରାଲ ସୋଲି ସୋରାବଜି ଓ ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହଙ୍କ ଦେହାନ୍ତ।

୧୩-ପଞ୍ଜାବର ଚମତ୍କାର ବୋଲିଂ । ବାଙ୍ଗାଲୋରକୁ ୩୪ ରନରେ ମାତ ଦେଲା ପଞ୍ଜାବ । ବାଙ୍ଗାଲୋରର ଦ୍ୱିତୀୟ ପରାଜୟ।

? ଆଜି ଶ୍ରମିକ ଦିବସ ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here