ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବୀ କଲେ ଆପ୍ ବିଧାୟକ ଶୋଏବ I

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିର ବିଫଳତା ସମ୍ପୂର୍ଣ୍ଣ ଭାବେ ପଦାରେ ପଡିଛି । କୋଭିଡ-୧୯ ସଂକ୍ରମଣକୁ ରୋକିବାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ସରକାର ଫେଲ୍ ମାରିଛନ୍ତି । ଏହା ମଧ୍ୟରେ ଆପ ବିଧାୟକ ଶୋଏବ ଇକବାଲ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ବେଡ୍‌, ଅକ୍ସିଜେନ୍ ଏବଂ ଔଷଧ ଯୋଗାଇବାରେ ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ୬ଥର ବିଧାୟକ ହେବା ସତ୍ୱେ ମୋ କଥା ପାର୍ଟି ଏବଂ ସରକାର ଶୁଣୁ ନାହାନ୍ତି । ଆଖି ସାମ୍ନାରେ ଲୋକଙ୍କୁ ମରିବା ମୁଁ ଦେଖିପାରୁ ନାହିଁ ବୋଲି ଶୋଏବ କହିଛନ୍ତି ।

ଏହା ପୂର୍ବରୁ କଂଗ୍ରେସ ମଧ୍ୟ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଅନୁରୋଧ କରିଥିଲା । ଆପ ମୁଖ୍ୟମନ୍ତ୍ରୀ ବିଜ୍ଞାପନରେ ବ୍ୟସ୍ତ ରହିବା ଏବଂ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ସୁସମ୍ପର୍କ ନ ରହିବା ଯୋଗୁ କରୋନା ମହାମାରୀ ନିୟନ୍ତ୍ରଣକୁ ବାହାରକୁ ଚାଲି ଯାଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here