ଆଜି ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ, କୋଭିଡ୍ ସ୍ଥିତି ଉପରେ ହେବ ଚର୍ଚ୍ଚା I

ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି I ସୂତ୍ରାନୁସାରେ ବୈଠକରେ କୋଭିଡ୍ ସ୍ଥିତି ବାବଦରେ ଆଲୋଚନା ହେବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ସମସ୍ତ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।ଦେଶରେ କରୋନାର ଦ୍ୱିତୀୟ ଲହର ବେଳେ ଏହା ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ହେବ । ବୈଠକରେ ୧୮ରୁ ୪୫ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ବାବଦରେ ଚର୍ଚ୍ଚା ହେବ । ଏହାସହ ମନ୍ତ୍ରୀମାନଙ୍କୁ ଲୋକଙ୍କ ପାଖକୁ ଯାଇ ବିଭିନ୍ନ ପ୍ରସଙ୍ଗର ସମାଧାନ ପାଇଁ କୁହାଯାଇପାରେ । ଏହାପୂର୍ବରୁ ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ଥର ଆଲୋଚନା କରିସାରିଛନ୍ତି । ଅକ୍ସିଜେନ, ଆଇସିୟୁ ବେଡ, ଔଷଧ ବାବଦରେ ପୂର୍ବରୁ ଅନେକଥର ବୈଠକ ବସିଛି ।

ସୂଚନାଯୋଗ୍ୟ, ୨୪ ଘଣ୍ଟାରେ ୩ ଲକ୍ଷ ୮୬ ହଜାର ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୪୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୩୪୯୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ହଜାର ୯୭୬ରେ ପହଞ୍ଚିଛି।ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୦୮୪୮୧୪।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here