ରାଜ୍ୟରେ ବେକାବୁ କରୋନା: ୭ ଦିନରେ ଓଡ଼ିଶାରୁ ୪୯ ହଜାର ପଜିଟିଭ୍, ୭୦ ମୃତ I

ଭୁବନେଶ୍ୱର: ଏପ୍ରିଲରେ ଓଡ଼ିଶାରେ କରୋନା କାୟା ମେଲାଇଛି । ନାକି ଆଖି ଦେଖାଇଛି । ଦୈନିକ ସଂକ୍ରମଣରେ ନୂଆ ରେକର୍ଡ କରିଛି କରୋନା । ମାସେ ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩ହଜାର ୭୯୨ ଆକ୍ରାନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ୨୯ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩ଲକ୍ଷ ୪୦ହଜାର ୪୦୨ । ଆଜି ଏହି ସଂଖ୍ୟା ୪ଲକ୍ଷ ୪୪ହଜାର ୧୯୪ରେ ପହଞ୍ଚିଛି । ଅର୍ଥାତ ସଂକ୍ରମଣ ହାର ୨୩ ପ୍ରତିଶତ ବଢ଼ିଛି ।

ଗତ ସାତ ଦିନର ରିପୋର୍ଟ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ରାଜ୍ୟରେ ସଂକ୍ରମଣର ଗତି । ସପ୍ତାହେ ଭିତରେ (ଏପ୍ରିଲ ୨୪ରୁ ଆଜି ସୁଦ୍ଧା) ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୯ ହଜାର ୫୦୦ ଆକ୍ରାନ୍ତ । ମାର୍ଚ୍ଚ ୩୦ ସୁଦ୍ଧା ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲା । ସେଦିନ ରାଜ୍ୟରୁ ଚିହ୍ନଟ ହୋଇଥିଲେ ୨୧୮ ପଜିଟିଭ୍ । ଆଜି ସଂଖ୍ୟା ବଢ଼ି ୮ହଜାର ୬୮୧ରେ ପହଞ୍ଚିଛି ।

ସଂକ୍ରମଣ ସହ ବଢ଼ିଛି ମୃତ୍ୟୁସଂଖ୍ୟା । ଗତ ସପ୍ତାହେ ଭିତରେ ରାଜ୍ୟରୁ ମହାମାରୀ ନେଇଛି କେବଳ ୭୦ ଜୀବନ । ମାସେ ଭିତରେ କରୋନାରେ ୧୨୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଥିଲା ୧୯ଶହ ୨୧ । ଆଜି ଏହି ସଂଖ୍ୟା ବଢ଼ି ୨ହଜାର ୪୩ରେ ପହଞ୍ଚିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here