ଜଗତସିଂହପୁର ସାରସ୍ଵତ ପରିଷଦ ପକ୍ଷରୁ ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ।

ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଆଜି ସଂଗ୍ରାମି ଗୋପବନ୍ଧୁ ଚୌଧୁରୀଙ୍କ 63ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଡାକବଙ୍ଗଳା ଛକ ସ୍ଥିତ ଗୋପବନ୍ଧୁ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ରେ ପରିଷଦ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।ପରେ ପରିଷଦ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଏଥିରେ ଅଧ୍ୟକ୍ଷତା କରି ସ୍ବର୍ଗତ ଗୋପବନ୍ଧୁ ଚୌଧୁରୀ ତ୍ୟାଗ ଓ ସେବାର ପ୍ରତୀକ ଥିଲେ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଵସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଧରଣୀଧର ପ୍ରଧାନ, ଆଲୋଚନାରେ ଅଂଶ ଗ୍ରହଣ କରି ଗୋପବନ୍ଧୁ ଚୌଧୁରୀ ଙ୍କ ଜୀବନାଦର୍ଶରେ ଉତ୍ତର ପିଢୀର ଦାୟାଦ ମାନେ ଅନୁପ୍ରାଣିତ ହେବାକୁ ମତଦେଇଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ଵିଜୟ କୁମାର ଲେଙ୍କା, ଯୋଗଜନ୍ମା ଚାନ୍ଦ, ଛାତ୍ରୀ ସୋନାଲି ବେହେରା, ନିରୂପମା ରାଉତ,ସରୋଜିନୀ ସାମଲ ପ୍ରମୂଖ ଉପସ୍ଥିତ ଥିଲେ।ଶେଷରେ ଧନେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here