ମାଛ ବଜାର ପାହାଚରେ ରାଜସ୍ଥାନୀ ଦାଦନ I

ବୁଗୁଡ଼ା ୨୯/୪: କରୋନାର ଭୟଙ୍କର ଦ୍ବିତୀୟ ଲହର ସମୟରେ କେତେକ ବାସହୀନ ଖୋଲା ଆକାଶ, ଗଛ ମୂଳ ବା ପରିତ୍ୟକ୍ତ ବାରଣ୍ଡାରେ ବିତାଉଛନ୍ତି ଜୀବନ। ଏଭଳି ଏକ ରାଜସ୍ଥାନୀ ପରିବାର ବୁଗୁଡ଼ା ପରିବା ବଜାର ନିକଟ ପରିତ୍ୟକ୍ତ ମାଛ ବଜାରର ଓଳିତଳ ପାହାଚରେ ଜୀବନ ବିତାଉ ଥିବା ଦେଖିବାକୁ ମିଳିଛି। କେଉଁଠି ଆଶ୍ରୟ ନେବାକୁ ଜାଗା ନପାଇ ଏହି ପରିବାର ଏହି ପରିତ୍ୟକ୍ତ ଜାଗାକୁ ସୁରକ୍ଷିତ ଭାବି ଆଶ୍ରୟ ନେଇଛିନ୍ତି ରାଜସ୍ଥାନୀ ଦାଦନ ଶ୍ରମିକ ପରିବାର। ବାପା, ମାଆ, ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ଏହି ପରିବାର। ସୁଦୂର ରାଜସ୍ଥାନରୁ କାମଧନ୍ଦା ଖୋଜି ଖୋଜି ଏମାନେ ଆସି ଶେଷରେ ବ୍ରହ୍ମପୁର ସହରରେ ରହିଥିଲେ। ସେଠାରେ ପରିବାରର ମୁଖ୍ୟ ରାଜୀବ ଦାସ(୫୦) କିଛି ଦିନ କାମଧନ୍ଦା କରିବା ପରେ ତାହାର ଡାହାଣ ଗୋଡ଼ ଗଣ୍ଠି ରେ ଆଘାତ ଲାଗିବା ଯୋଗୁଁ ଆଉ କୌଣସି କାମ କରି ପାରିନଥିଲେ। ରାଜୀବଙ୍କ ପତ୍ନୀ ଚୁମୁକି ଦିନ ମଜୁରିଆ ଭାବେ କାମକରି ପରିବାର ଚଳାଉଥିଲେ। ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଏକ ସରକାରୀ ଜାଗାରେ ଛିଣ୍ଡା ଜରି ପାଲ ପକାଇ ଏକ କୁଡ଼ିଆ କରି ରହୁଥିଲେ ଏହି ପରିବାର। କରୋନା ଯୋଗୁଁ ସେଠାରେ କାମଧନ୍ଦା ନପାଇ ଅନ୍ୟାନ୍ୟ ଜାଗାକୁ ପିଲା ଛୁଆ ଓ ସ୍ବାମୀଙ୍କୁ ନେଇ ଘୁରି ବୁଲି ବର୍ତ୍ତମାନ ଆସି ବୁଗୁଡ଼ାର ଏହି ପରିତ୍ୟକ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଆଶ୍ରୟ ନେଇଛନ୍ତି ଚୁମୁକିଙ୍କ ପରିବାର। ଘରକୁ ଘର ବୁଲିବୁଲି ମାଗି ଆଣିଲେ ଚଳୁଛନ୍ତି ଏହି ପରିବାର।  ମାଗିଆଣିଥିବା ମୁଢ଼ିରେ ପାଣି ପକାଇ ଖାଉଥିବା ଦେଖିବାକୁ ମିଳିଥିଲା। କୋଭିଡ୍ ମହାମାରୀ ସମୟରେ କାମଧନ୍ଦା  ମିଳୁ ନଥିବା ବେଳେ ସମେୟେ ସମେୟେ ବି ଭିକ୍ଷା ମିଳୁନଥିବାରୁ ପାଣି ପିଇ ଶୋଉଥିବା କହିଛନ୍ତି ରାଜୀବ ଓ ଚୁମୁକି। ଏହି ଅରକ୍ଷଣୀୟ ପରିବାରକୁ ପ୍ରଶାସନ ସହାୟତାର ହାତ ବଢ଼ାଇବେ ବୋଲି ଆଶା କରିଛନ୍ତି ଚୁମୁକି ଓ ରାଜୀବଙ୍କ ପରିବାର ସହ ପରିବା ବଜାର ଓ ପାଖ ଆଖ ଅଞ୍ଚଳର ଜନସାଧାରଣ।

(ଡ଼ଃ.କୁମୁଦ ଚନ୍ଦ୍ର ବେହେରା)

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here