ବିପୁଳ ପରିମାଣର ଚୋରାମଦ ଜବତ, ଜଣେ ଗିରଫ। ଜଗତସିଂହପୁର

ଜଗତସିଂହପୁର: ଜଗତସିଂହପୁର ଥାନା ପୋଲିସ ଆଜି ସ୍ଥାନୀୟ ଢ଼ିହସାହି ବଜାର ନିକଟ ଇଟପଡା ଠାରେ ଥିବା ଅମୃତ ହୋଟେଲ ରେ ଚୋରା ମଦ ବେପାର କରୁଥିବା ଅଭିଯୋଗ ରେ ଜଣକୁ ଗିରଫ କରିବା ସହ ବିପୁଳ ପରିମାଣର ଚୋରା ମଦ ଜବତ କରିଥିବା ସୂଚନା ମିଳିଛି।ସୂଚନା ଅନୁସାରେ  ବହୁଦିନ ହେଲା ଉକ୍ତ ଅମୃତ ହୋଟେଲରେ ବ୍ୟାପକ ଚୋରାମଦ କାରବାର ହେଉଥିବା ଜଗତସିଂହପୁର ପୋଲିସ କୁ ଖବର ମିଳିଥିଲା।ଜଗତସିଂହପୁର ଥାନାପୋଲିସ ଆଜି ଅମୃତ ହୋଟେଲକୁ ଯାଇ ହୋଟେଲ ମାଲିକ ବାଲିକୁଦା ଥାନା ଅନ୍ତର୍ଗତ ରାହାଣ ଗ୍ରାମର ଦୈତାରି ମହାରଣାଙ୍କ ପୁଅ ଜୀବନ ମହାରଣା କୁ ଗିରଫ କରିବା ସହିତ ତା ନିକଟରୁ 54ଲିଟର ଚୋରା ମଦ ଜବତ କରିଥିବା ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here