ମାଣିତରାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ I

ବୁଗୁଡା ୨୮/୦୪ : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏପ୍ରିଲ ୨୭ ତାରିଖ ଦିନ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ  ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡାକ୍ତର ଦୟାନିଧି ରାଉତଙ୍କ ଅଧ୍ୟକ୍ଷତାରେ ମେଡ଼ିକାଲ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମ୍ୟାଲେରିଆ ଦିବସ ପାଳନର ଉଦେଶ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଡାକ୍ତର ଶ୍ରୀ ରାଉତ ମ୍ୟାଲେରିଆ ରୋଗ ସଂକ୍ରମଣରୁ କିପରି ମୁକ୍ତି ମିଳିବ ଓ ମ୍ୟାଲେରିଆରେ ଆକ୍ରାନ୍ତ ହେଲେ କଣସବୁ ପଦକ୍ଷେପ ଗ୍ରହଣ କରିଯିବା ପ୍ରାଞ୍ଜଳ ଭାବେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର, ଟେକିନିସିଆ କାଳୀ ପ୍ରଦାଦ ସାହୁ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ।

( ଡ଼ଃ. କୁମୁଦ ଚନ୍ଦ୍ର ବେହେରା)

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here