ମହାନିଦ୍ରା ରେ ସାହିତ୍ୟିକ ମନୋଜ ଦାସ୍

ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ମନୋଜ ଦାସ ମଙ୍ଗଳବାର ଦିନ ଶେଷ ନିଶ୍ୱାସ ତ୍ୟାଗ କିଛନ୍ତି । ସେ ଏକାଧାରରେ ଥିଲେ ଜଣେ ସାହିତ୍ୟକ, କଥାକାର, ଗାଳ୍ପିକ ଓ ଔପନ୍ୟାସିକ । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ୧୯୬୩ ମସିହାରୁ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରୁଥିଲେ ।

୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗାଁରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ମାଆଙ୍କର ପଞ୍ଚମ ସନ୍ତାନ ହେଉଛନ୍ତି ମନୋଜ ଦାସ । ଯାହାଙ୍କର ଡାକ ନାମ ଥିଲା ମଣ୍ଟୁ। ମନୋଜ ଦାସଙ୍କ ପରିଚୟ ସେ ନିଜେ କେବଳ ମନୋଜ ଦାସ । ଏକ ଧାଡ଼ିରେ କହିଲେ ସର୍ଜନାର ମହାକାଶ ମନୋଜ ଦାସ ସରସ୍ଵତୀ ସମ୍ମାନ ଠୁ ଆରମ୍ଭ କରି ପଦ୍ମଶ୍ରୀ ଓ ପଦ୍ମଭୂଷଣ ଭଳି ଅନେକ ସମ୍ମାନ ପାଇଛନ୍ତି

ମନୋଜ ଦାସ୍ କେବଳ ଏକ ନାଁ ନୁହେଁ ସାହିତ୍ୟ ର ଏକ ଯୁଗ ର ପରିଚୟ ଥିଲେ , ତାଂକ ସହ ଓଡିଆ ସାହିତ୍ୟ ର ଏକ ଶତାବ୍ଦି ର ଅନ୍ତ ଘଟିଲା ଆଜି ॥

Report by Sthita Pattnaik

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here